ଆଉ ୨ କରୋନା ପଜେଟିଭ୍‌

0 310

ଭୁବନେଶ୍ୱେର,୨୭/୪(ଏସ୍‌ଏସ୍‌ନିୟୁଜ) ପୁଣି ଆଉ ଦୁଇ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କୋରାପୁଟର ଓ ଅନ୍ୟଜଣେ ବାଲେଶ୍ୱରର ।କୋରାପୁଟର ଆକ୍ରାନ୍ତ ଯୁବକର ବୟସ ୨୨ବର୍ଷ ଓ ସେ ଜଣେ ସ୍ୱାସ୍ଥ୍ୟକର୍ମି ହୋଇଥିବାବେଳେ ବାଲେଶ୍ୱରର ଆକ୍ରାନ୍ତ ୩୨ବର୍ଷର ବ୍ୟକ୍ତି ହୋଇଥିବାବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିବାର ବିଷୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳେ ବାଲେଶ୍ୱରରୁ ୫ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ କରୋନା ପଜେଟିଭଙ୍କ ସଂଖ୍ୟା ବୃଦ୍ଧିପାଇ ୧୬ରେ ପହଁଚିଛି । ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୦ରେ ପହଁଚିଛି । କିଛି ସମୟ ପୂର୍ବରୁ ଦୁଇ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ମଧ୍ୟ ମିଳିଛି ।

Leave A Reply

Your email address will not be published.