ଆଊ ନାହାନ୍ତି ସୁବାସ,ଝୁରୁଛି କଣାସ

0 713

କଣାସ ,୧୪ା୯(ଏସ.ଏସ.ନିୟୁଜ) କଣାସ ବ୍ଳକ ବଡାସ ଗ୍ରାମରେ ସୁବାସ ଜନ୍ମ ଗ୍ରହଣ କରିଥିଲେ । ସେ ପିଲାଦିନରୁ ସାମାଜିକ କାର୍ଯ୍ୟରେ ନିପୂଣ ଥିଲେ । କଣାସ ବିକାଶ ପରିଷଦ ସଭ୍ୟ ଏବଂ ଦିବ୍ୟ ଜୀବନ ସଙ୍ଘର ସାଭାପତି,ନିଶା ନିବାରଣ ସଙ୍ଗଠନର ସଭ୍ୟ,କଣାସର ଆରାଧ୍ୟ ଠାକୁରାଣୀ ମା କୁଞ୍ଜେଶ୍ୱରୀ ଯଜ୍ଞ କମିଟିର ଆବାହକ ଡେଲାଙ୍ଗ ଓ କଣାସ ଅଂଚଳରେ ପଶୁବଳି ପ୍ରଥା ବନ୍ଦ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହା ଫଳରେ ଆଜିର ଦିନରେ ବଳି ପ୍ରଥା ବନ୍ଦ ରହିଛି । ତାଙ୍କ ଜୀବନି ଭିତରେ ନୂତନ ମନ୍ଦିର ତିଆରି କରିବା ଓ ଅନେକ ଶିକ୍ଷାନୁଷ୍ଠାନ ଗଢି ତୋଳିଛନ୍ତି । ସେ ଜଣେ ମିଷ୍ଠବାସୀ,ପରପକାରୀ ଧର୍ମପରାୟଣ ବ୍ୟକ୍ତି ଥିଲେ । କିଛି ଦିନ ଧରି ସେ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ । ଭୂବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୧୩ ତାରିଖ ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ସତ୍ୟନଗର ଶଶ୍ମାନରେ ଦାହ ହୋଇଥିଲା ।ବିଶିଷ୍ଟ ସମାଜସେବୀ କଣାସ ଅଂଚଳର ବିକାଶର ପଥ ପରିଦର୍ଶକ ସୁବାସ ଦାଶଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

କଣାସରୁ ବିଶ୍ୱଜିତ୍ ପ୍ରଧାନଙ୍କ ରିପୋର୍ଟ ।

Leave A Reply

Your email address will not be published.