ଆଉ ଶୁଭିବନି ବୋଲ ବମ୍ ,ହରହର ବମ୍

0 806

ଭୁବନେଶ୍ୱର,୪/୭(ଏସ୍‌ଏସ୍‌ନିୟୁଜ) ଜୁଲାଇ ୬ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରଥମପାଳିରେ ଶୈବପୀଠଗୁଡିକ କାଉଡିଆ ଭକ୍ତମାନଙ୍କ ଗହଳିରେ ଚଳଚଂଚଳ ହୋଇଉଠିଥାନ୍ତ । ତେବେ କରୋନାପାଇଁ ଫିକା ପଡିଗଲା ବୋଲ୍‌ବମ୍ ଯାତ୍ରା । ଆଉ ଶୁଭିବନି କାଉଡିଆମାନଙ୍କର ବୋଲବମ ଡାକ । ରାସ୍ତାରେ ରହିବନି ବୋଲବୋମଭକ୍ତମନଙ୍କର ଲମ୍ବାଧାଡି । ସବୁ ଆଶଙ୍କା ଓ ଅନିଶ୍ଚିତତାର ପୁର୍ଣଛେଦ ପଡିଛି । ଆଜି ରାଜ୍ୟସରକାର ବୋଲବମ ଉପରେ ଲଗାଇଛନ୍ତି କଟକଣା । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଆରସି ପ୍ରଦୀପ ଜେନା କହଛନ୍ତି ଯେ, ଚଳିତ ବର୍ଷ ଶୈବ ପୀଠରେ ଜଳଲାଗି କରି ପାରିବେନାହିଁ କାଉଡ଼ିଆ । ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ କୈାଣସି ଶୈବପୀଠରେ କାଉଡିଆଧାରୀମାନେ ଜଳଲାଗି ନକରିବାପାଇଁ ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.