ବାବା ରାମଦେବଙ୍କ ପାଇଁ ବଢିଲା ଅଡୁଆ

0 491

ଭୁବନେଶ୍ୱର,୨୯/୬(ଏସ୍‌ଏସ୍‌ନିୟୁଜ)କରୋନା ରୋଗ ନିରାକରଣ ଔଷଧ ପ୍ରସ୍ତୁତି କରିଥିବା ଦାବୀକୁ ନେଇ ବାବା ରାମଦେବଙ୍କ ପାଇଁ ଅଡୁଆ ବଢିଛି । ଯାହଫଳରେ ଯୋଗଗୁରୁ ବାବା ରାମଦେବଙ୍କ ସମେତ ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ  ବାଳକୃଷ୍ଣ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ଜୟପୁରର ଜ୍ୟୋତି ନଗର ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦାଖଲ କରାଯାଇଛି । ଲୋକଙ୍କୁ ଠକିବା ଅଭିଯୋଗ ସହ ବିନା ଅନୁମୋଦନରେ କୋଭିଡ୍-୧୯ ଚିକିତ୍ସା ପାଇଁ ଆୟୁର୍ବେଦ ଔଷଧର ବଜାର ପ୍ରବେଶ କରାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।ଏଫ୍‌ଆଇଆର୍‌ରେ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ,ପତଞ୍ଜଳିର କର୍ମଚାରୀ ଅନୁରାଗ ଭାରସନି, ଜୟପୁର ସ୍ଥିତ ନିମ୍ସର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ବଲଭୀର ସିଂ ତୋମାର ଏବଂ ଅନୁରାଗ ସିଂ ଟୋମଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି ।

Leave A Reply

Your email address will not be published.