ଭୁବନେଶ୍ବର,୩୧ା୧(ଏସଏସନିଉଜ) ପୂର୍ବତନସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ଘଟଣାରେ ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ବଦଳି କରାଯାଇଛି।ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନଙ୍କ ବଦଳି ରାଜ୍ୟ ପୁଲିସମୁଖ୍ୟାଳୟକୁ ହୋଇଥିବାବେଳେ ତାଙ୍କସ୍ଥାନରେ ବରଗଡ଼ ଏସ୍ପି ପରମାର ସ୍ମିତ୍ଙ୍କୁ ଝାରସୁଗୁଡ଼ାରେ ଅବସ୍ଥାପିତ କରାଯାଇଛି। ସେହିଭଳି ବୌଦ୍ଧର ଏସ୍ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ବହିଷ୍କୃତ ଇଝଓ ଗୋପାଳ ଦାସର ବଡ଼ଭାଇ ସତ୍ୟନାରାୟଣ ଦାସଙ୍କୁ ଜଳେଶ୍ୱରପୁର ଘରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟାପରେ ଉଠାଇ ନେଇଛି ।
