ବଦଳୁଛି ଅଗ୍ନିଶମ ସେବା

0 65

ଭୁବନେଶ୍ୱର,୨/୧(ଏସ୍‌ଏସ୍‌ନିୟୁଜ)ବଦଳୁଛି ଅଗ୍ନିଶମ ସେବା । ଅନଲାଇନସେବା ସହ ମୋ ସରକାର ଯୋଜନା ଜରିଆରେ ଜନସେବାକୁ ଲୋକାଭିମୁଖି କରିବା ସହିତ ମଝବୁତ କରୁଛି ନିଜ କର୍ମଚାରଙ୍କ ଦକ୍ଷତା ।୨୦୨୧ ମସିହା ନୁଆବର୍ଷରୁ ଅଗ୍ନିଶମକର୍ମଚାରୀମାନଙ୍କୁ ଯେଗାଇଦିଆଯାଇ Fire Resistant suit । ବର୍ତମାନପାଇଁ ଏହା ୫୦୦କର୍ମଚାରୀମାନଙ୍କୁ ଯୋଗାଇଦିଆଯାଇଛିା ମୁଖ୍ୟତ ୍େ‌ାଉଁମାନେ ସହରାଂଚଳ ବା କଳକାରାଖାନା ପ୍ରବଣ ସ୍ଥାନରେ ଅବସ୍ତାପିତ ହୋଇଛନ୍ତି,ସେହିମାନଙ୍କୁ ଯୋଇଦିଆଯିବ ଏହି ପୋଷାକ ।ପରେ ପର୍ଯ୍ୟାୟକ୍ରମେ ସମସ୍ତ କର୍ମଚାରୀଙ୍କୁ ଏହି ପୋଷାକ ଯୋଗାଇଦିଆଯିବ ।ପୁର୍ବରୁ କର୍ମଚାରୀମାନେ ଖାକି ପୋଷାକରେ ଅଗ୍ନିନିର୍ବାପନ କରୁଥିଲେ ।କିନ୍ତୁ ସେଥିରେ ଆଗ୍ନିକମାନଙ୍କ ଦେହରେ ନିଆଁ ଲାଗିଯିବାର ସମ୍ଭାବନା ଥିଲା ।କିନ୍ତୁ ବର୍ତମାନ ଏହି ସୁଟ ୮୦୦Cପର୍ଯ୍ୟନ୍ତ Radiant heat କୁ ୧୦ସେକେଣ୍ଡରୁ୨୦ସେକେଣ୍ଡ ପର୍ଯ୍ୟନ୍ତ ସହ୍ୟ କରିପାରିବ ।ତେଣୁ ଆଗ୍ନିକମାନଙ୍କୁ ନିଆଁ ଭିତରେ ପଶି  ଲୋକମାନଙ୍କୁ ଉଦ୍ଧାର କରିବାରେ ଅସୁବିଧା ହେବ ନାହିାଁ ଏହାସହିତ ସମସ୍ତ କର୍ମଚାରୀମାନଙ୍କୁ Gumboot Healment Breathing Apparatus Set ମଧ୍ୟ ପର୍ଯ୍ୟାୟକ୍ରମେ ଯୋଗଇଦିଆଯିବ ।ଏହାଫଳରେ ବିଶାକ୍ତଗ୍ୟାସ,ନିଆଁ,ଅମ୍ଳଜାନର ଅଭାବ ଥିବା ସ୍ଥାନରେ କର୍ମଚାରୀମାନେ ସଫଳତାର ସହ କାର୍ଯ୍ୟ କରିପାରିବେ ।ବର୍ତମାନ ଓଡିଶା ଅଗ୍ନିଶମ ସେବା ସଂସ୍ତା ଏକ ଦକ୍ଷ response force   ଭାବରେ ସର୍ବଭାରତୀୟସ୍ତରରେ ଆଦୃତ ହୋଇପାରିଛି ।ସେହିପରି  ଅଗ୍ନିନିର୍ବାପାନ କ୍ଷେତ୍ରରେ ନିଜର ଦକ୍ଷତା ସୁଦୃଢ କରିବାପାଇଁ ଏହିପରି ପଦକ୍ଷପ ନେଉଅଛି ।

Leave A Reply

Your email address will not be published.