ବଗଲାଧର୍ମଶାଳା ଜମିବିକ୍ରୀକୁ ଏସୟୁସିଆଇ  ବିରୋଦ୍ଧ କଲା

0 494

ଡେଲାଙ୍ଗ,୨୩/୮ (ଏସ॰ଏସ॰ନିୟୁଜ ) ଏସୟୁସିଆଇ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଏସୟୁସିଆଇ ପକ୍ଷରୁ ଧର୍ମଶାଳାର ଜମି ବିକ୍ରୀକୁ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବଗଲା ଧର୍ମଶାଳାକୁ କେତେକ ବ୍ୟକ୍ତି ବିଶେଷଙ୍କୁୁ ବିକ୍ରୀ କରିବା ଅତ୍ୟନ୍ତ ନିନ୍ଦନିୟ ବୋଲିଏହି ପ୍ରତିବାଦ ସଭାରେ ଏସୟୁସିଆଇ ନେତା କମ୍ରେଡ ରଘୁନାଥ ଦାସ ଯୋଗଦେଇ ମତ ପ୍ରକାଶ କରିଥିଲୋ ଗରିବ ତିର୍ଥଯାତ୍ରୀଙ୍କ ନିମନ୍ତେ ଦାନସୁତ୍ରରେ ମିଳିଥିବା ଜମି ହୋଟେଲ ମାଲିଙ୍କୁ ପ୍ଲଟିଂ କରି ବାଣ୍ଟିବା ଚଳିବ ନାହିଁ ବୋଲି ଉଲେକ୍ଷ ଥିବା ଫ୍ଲାଗକାର୍ଡ ଧରୀ ବିରୋଧ କରିଥିଲେ । ଐତିହାସିକ ଧର୍ମଶାଳାକୁ ପ୍ଲଟିଂ କରି ବେଆଇନ ଭାବେ ବିକ୍ରୀ କରିବାକୁ କମ୍ୟୁନିଷ୍ଟ ପାଟି ପକ୍ଷରୁ ବିରୋଧ କରାଯାଇଥିଲା । ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ଧର୍ମଶାଳାକୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ସରକାରଙ୍କୁ ଦାନ କରିଥିଲେ । ପୁରୀକୁ ଆସୁଥିବା ବିଭିନ୍ନ ବର୍ଗର ତିର୍ଥଯାତ୍ରୀ ତଥା ଗରିବ ଶ୍ରେଣୀର ଯାତ୍ରୀ ମାନେ କମ୍ ଖର୍ଚ୍ଚରେ ରହିବାର ସୁବିଧା ପାଇଥିବା ବେଳେ ସରକାର ଗରିବଲୋକମାନଙ୍କର ବିକାଶ କହିବା ଯେ ଏକ ଧୂଆଁ ବାଣ ବୋଲି ବେଶ ବାରିହୋଇ ପଡୁଛି ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମ୍ରେଡ ପଦ୍ମଚରଣ ଜେନା,ଗୋଲଖ ବରାଳ,ଟୁକୁନା ବେହେରା,ପ୍ରଣନାଥ ତାଡ ଓ ସାମାଜିକ କର୍ମୀ ସରିତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.