ବାଘକୁ କରୋନା

0 350

ଭୁବନେଶ୍ୱର,୬/୪(ଏସଏସନିୟୁଜ)କରୋନାକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଥିବାବେଳେ ମଣିଷ ଛାଡି ପଶୁକୁ ମଧ୍ୟ ଆକ୍ରାନ୍ତ କରିପାରେ ।ଯାହାର ଜ୍ୱଳନ୍ତ ଉଦାହରଣ  ନ୍ୟୁୟର୍କରେ ଜଣାପଡିଛି ।ପ୍ରଥମକରି ଏକ ବାଘଠାରେ ଏହି ଭୁତାଣୁ ମିଳିଛି । ନ୍ୟୁଓାର୍କର ବ୍ରୋନ୍‌୍ସ ଚିଡିଆଖାନାରେ ଥିବା ନଦିଆ ନାମକ ବାଘକୁ କରୋନା ପେଜିଟିଭ ବୋଲି ପରିକ୍ଷାପରେ ଜଣାପଡିଛି ।ଜନ୍ତୁରକ୍ଷକଙ୍କଠାରୁ ଏହା ସଂକ୍ରାମିତ ହୋଇ ନଦିଆ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ଏହାପରେ ଚିଡିଆଖାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଅବଲମ୍ବନ କରାଯାଇଥିବାର ଜଣାପଡିଛି ।କର୍ମଚାରୀମାନଙ୍କ ସହିତ ବାଘ,ସିଂହମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଚିଡିଆଖାନା ତରଫରୁ ଅଧିକମାତ୍ରାରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.