ବଲାଙ୍ଗିର ଓ କଳାହାଣ୍ଡିର ଲକଡାଉନ ସ୍ଥିତିର ସମିକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

0 212

ଭୁବନେଶ୍ୱର,୧୦/୪(ଏସଏସନିୟୁଜ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ କୋଭିଡ୍‌-୧୯ ପାଇଁ ଲାଗୁହୋଇଥିବା ଲକ୍‌ଡାଉନ ସ୍ଥତିର ସମୀକ୍ଷା କରିଛନ୍ତି । ଲକ୍ ଡାଉନ ସମୟରେ ଜିଲ୍ଲାର ଆଇନଶୃଂଙ୍ଖଳା ସ୍ଥିତି ଓ ଏଥିପାଇଁ ହୋଇଥିବା ପେ।ଲିସ ଆୟୋଜନ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ଲକ୍ ଡାଉନ ନୀୟମ କାର୍ଯ୍ୟକାରୀ ସମୟରେ ସେ ପୋଲିସକୁ ନମ୍ର ତଥା ଦୃଢ ହେବାକୁ ପରାମର୍ଶ ଦେଇଥିଲେ ।କଳାବଜାରକୁ ରୋକିବା ସହ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଗାଡିଗୁଡିକ ମୁକ୍ତ ଓ ଅବାଧରେ ଚଳପ୍ରଚଳକୁ ସୁନିଶ୍ଚିତ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସପ୍ତାହରେ ଥରେ ବିଶ୍ରାମ ଦେ ଏସପିଙ୍କୁ ପରାମର୍ଶ ଦେବାସହ ସଦରମହକୁମାର କିଛିି ପୋଲିସ ବାରାକ ଓ ଥାନା ଗ୍ରସ୍ଥକରି ସେଠାରେ ପରିବେଶର ପରିସ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦେଇଥିଲେ ।କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୁରତ୍ୱ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।ପୋଲିସ ନିୟନ୍ତ୍ରଣକକ୍ଷକୁ ମଧ୍ୟ ପରିଦର୍ଶନରେ ଯାଇ ଜନସାଧାରଣଙ୍କ ଅଭିଯୋଗର ଶିଘ୍ର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକଙ୍କର ଏହି ଗ୍ରସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆଇନଶୃଙ୍କଳା ସୈାମେନ୍ଦ୍ର ପ୍ରିୟଦର୍ଶୀ,ଉତରାଂଚଳ ଡିଆଇଜି ହିମାଂଶୁ ଲାଲ୍ ,ଦକ୍ଷିଣପଶ୍ଚିମାଚଂଳ ରେଂଜର ଡିଆଇଜି ସଫିନ୍ ଅହମଦ କେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.