ବାରଙ୍ଗ-ଚନ୍ଦକା ରାସ୍ତା ବନ୍ଦ କଲେ ମହିଳା

0 259

ଚନ୍ଦକା,୮/୧(ଏସଏସନିଉଜ)ବୁଧବାରଦିନ କେନ୍ଦ୍ରିୟଟ୍ରେଡୟୁନିୟନ ଓ ଗଣସଂଗଠନ ମାନଙ୍କ ର ମିଳିତ ମହାମଂଚ ଓ ବାମପନ୍ଥୀ ଦଳମାନଙ୍କତରଫରୁ ଦେଶବ୍ୟାପୀ ଧର୍ମଘଟ ଭାରତବନ୍ଦ ଓ ହରତାଳରେ ଚନ୍ଦକା ଅଂଚଳର ଆଦିବାସୀମାନେ ସାମିଲ ହୋଇଛନ୍ତି । ଦାରୁଠେଙ୍ଗ, ଗୋଡିବାରୀ,ଭାଲୁଙ୍କା ,ଆମ୍ବପଡିଆ ,ଚନ୍ଦକାର ବିଭିର୍ଣ ସ୍ଥାନମାନଙ୍କୁ ଆଦିବାସୀ ସଂଗଠନ ମାନେ ସଙ୍ଗଠିତ ହୋଇ ଶୋଭାଯାତ୍ରାରେ ସକାଳ ୮ଟାରେ ଚନ୍ଦକାବଜାରରେ ଥିବା ପିଣ୍ଡିକି ବାହୁବଳେନ୍ଦ୍ର ଙ୍କ ପ୍ରତିମର୍ତୀ ନିକଟରେ ପହଁଚିଥିଲେ ।

ଏହାପରେ ବନ୍ଦ ହୋଇଯାଇଥିଲା ଚନ୍ଦକା-ବାରଙ୍ଗ ମୁଖ୍ୟ ରାସ୍ତା ।ପୁରୁଷ ଓ ମହିଳାମାନେ ମୁଖ୍ୟରାସ୍ତାରେ ବସିରହିବାପରେ ଯାତାୟତ ଠପ୍ ହୋଇଯାଇଥିଲା । ସିପିଆଇଏମର ରାଜ୍ୟସମ୍ପାଦକ ଅଳିକିଶୋର ପଟ୍ଟନାୟକ ,କୃଷକସଭା ରାଜ୍ୟଉପସଭାପତି ଜଗନ୍ନାଥମିଶ୍ର ,କୃଷକସଭା ରାଜ୍ୟ ସମ୍ପାଦକ ସୁରେଶପାଣିଗ୍ରାହୀ,ରବିନ୍ଦ୍ରଟୁଡୁ ରାଜ୍ୟ ଆଦିବାସୀ ଶୋଷଣମଂଚ ଯୁଗ୍ମସମ୍ପାଦକ,ଦଳିତମୁକ୍ତିମଂଚ ରାଜ୍ୟସମ୍ପାଦକ ଜୟପ୍ରକାଶ ଭଞ ପ୍ରମୁଖ ରାଜ୍ୟସ୍ତରୀୟ ନେତାମାନେ ଆସି ବିକ୍ଷୋଗକାରୀ ମାନଙ୍କ ସହ ସାମିଲ ହୋଇଥିଲେ ।ଏହାପରେ କେନ୍ଦ୍ରସରକାରଙ୍କ ଉପରେ ଏହି ରାଜ୍ୟସ୍ତରୀୟ ନେତାମାନେ ବର୍ଷିଥିଲେ । ୧୨ଦଫା ଦାବୀ ଉପରେ ଏହି ନେତାମାନେ କେନ୍ଦ୍ରସରକାରଙ୍କର ଅବହେଳା ଓ କାର୍ଯ୍ୟ କୁ ବିରୋଦ୍ଧ କରିଥିଲେ ।ଚନ୍ଦକାଥାନା ପୋଲିସ ଆସି ବିକ୍ଷୋଭକାରୀମାନଙ୍କୁ ଗିରଫକରିବାପରେ ୧୨ଟାପରେ ରାସ୍ତାରୋକ ଉଠିଥିଲା ।

Leave A Reply

Your email address will not be published.