ବାରଙ୍ଗରେ ବିକ୍ଷୋଭ କଲେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ

0 350

ବାରଙ୍ଗ,୧୬.୧୦(ଏସ ଏସ ନିୟୁଜ)ବିଦ୍ୟୁତଶୁଳ୍କ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବା,ଘନଘନ ବିଦ୍ୟୁତକାଟ ବନ୍ଦକରିବା,ଲୋଭୋଲ୍‌ଟେଜ୍‌ ସମସ୍ୟା ଦୂର କରିବା,ବିଜୁଳି ମିଟର ରିଡିଂ ଓ ବିଲ୍‌ର ତୃଟିବିଚ୍ୟୁତି କୁ ଦୂରକରିବା, ତଳେଝୁଲୁଥିବା ସମସ୍ତତାରକୁ ଉପରକୁ ଉଠାଯିବା ସହ ପୁରୁଣାତାରକୁ ପରିବର୍ତ୍ତନ କରିବା ,ବିଦ୍ୟୁତଗ୍ରାହକମାନଙ୍କୁ ରିହାତି ସମୟ ୭ଦିନ ପରିବର୍ତ୍ତେ ୧ମାସକୁ ବୃଦ୍ଧିକରିବା, ବିଦ୍ୟୁତସେବାକୁ ଟାଟାପାୱାରକୁ ହସ୍ତାନ୍ତର ବନ୍ଦକରି ସରକାରୀ ଅଧିନକୁଅଣିବା ,ସମସ୍ତଅଞ୍ଚଳକୁ କେବୁଲ ସଂଯୋଗ କରିବା ପ୍ରଭୃତି ୮ଦଫା ଦାବି ନେଇ ଆଜି ପୂର୍ବାହ୍ନରେ ବାରଙ୍ଗସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ଉପଭୋକ୍ତା ମିଳିତମଞ୍ଚପକ୍ଷରୁ ବିକ୍ଷୋଭପ୍ ରଦର୍ଶନ କରାଯାଇଥିଲା କରୋନା ପରିସ୍ଥିତିରେ ଜନସାଧାରଣ ସମସ୍ତ ଦିଗରୁ ଖରାପ ପରିସ୍ଥିତି ରେ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକରୋନା କଟକଣାର କୁ ଢାଲ କରି ସମସ୍ତପ୍ରକାର ଜନବିରୋଧି ନୀତି ଆଣି କମ୍ପାନୀ ମାନଙ୍କର ମୁନାଫା ଅର୍ଜନର ସୂଯୋଗ ସୃଷ୍ଟି କରୁଛନ୍ତି । କରୋନା ପରିସ୍ଥିତି ସମୟରେ ବିଜୁଳି ସେବାକୁ ଟାଟା କମ୍ପାନୀ ହାତକୁ ଟେକି ଦିଆଯାଇଛି ଏବଂ ବିଜୁଳି ଶୁଳ୍କ ବୃଦ୍ଧି କରାଯାଇଛି । ଏହା ସଂପୂର୍ଣ୍ଣ ଜନବିରୋଧି ପଦକ୍ଷେପ । ଗୋଟିଏ ପଟେ ବିଜୁଳି ବିଭାଗ କ୍ଷତିରେ ଚାଲୁଥିବା କହୁଥିବା ବେଳେ ଅନ୍ୟ ଦିଗରେ ବଡ ବଡ କମ୍ପାନୀମାନଙ୍କର କୋଟି କୋଟି ଟଙ୍କାର ଶୁଳ୍କ ଛାଡ କରାଯାଉଛି ।ଲୋ ଭୋଲଟେଜ ସମସ୍ୟା, ଘନ ଘନ ବିଜୁଳି କାଟ, ତ୍ରୁଟିପୂର୍ଣ୍ଣ ମିଟର ରିଡିଂ ଫଳରେ ଜନସାଧାରଣ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ଏହିଭଳି ସମୟରେ ତୁରନ୍ତ ଏହି ସମସ୍ୟାର ସମାଧାନ ସହ ବର୍ଦ୍ଧିତ ବିଜୁଳି ଶୁଳ୍ ପ୍ରତ୍ୟାହାର ତଥା ବିଜୁଳି ବିଭାଗର ଘରୋଇକରଣ ବନ୍ଦ ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତାମିଳିତ ମଞ୍ଚର ଆବାହକ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ଅଶୋକ ବେହେରା, ଟିକା ସାମଲ,ଧିରେନ୍ଦ୍ର ପଣ୍ଡା, ନବକୁମାର ନାୟକ, ଲଳିତ ମହାପାତ୍ର, ଅଭିରାମ ବେହେରା, ଅନ୍ତର୍ଯ୍ୟାମୀ ବେହେରା, ଭାଗ୍ୟଶ୍ରୀପ୍ରଧାନ, ରାଜେଶ ରାଉତ, ବିରେନ ପାଇଟାଲ, କାଳନ୍ଦୀ ବେଉରା ପ୍ରମୁଖ ଭାଗ ନେଇଥିଲେ । ବିକ୍ଷୋଭ ସ୍ଥଳରେଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ବାରଙ୍ଗ ବିଦ୍ୟୁତ ଅଫିସ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । (ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.