ଭବାନୀପାଟଣାରେ ବିନା ଭକ୍ତରେ ହେବ ଛତରଯାତ୍ରା

0 440

ଖବର ଆଜିର,ତାରିଖ ୧୭/୦୯/୨୦ ଗୁରୁବାର
୧-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।
୨-ଦେଶରେ କରୋନା ସଂକ୍ରମଣ ୫୦ ଲକ୍ଷ ଟପିଲା; ୧୧ ଦିନରେ ୧୦ ଲକ୍ଷ, ଚିନ୍ତା ବଢ଼ାଉଛି ୪ଟି ରାଜ୍ୟ।
୩–ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ : ୨୭ରେ ବିଧାୟକଙ୍କ କରୋନା ଟେଷ୍ଟ।
୪-ଭାରତ ଓ ଚୀନ୍ ମଧ୍ୟରେ ଗତ ସପ୍ତାହରେ ୧୦୦-୨୦୦ ରାଉଣ୍ଡ ଗୁଳି ବିନିମୟ ହୋଇଛି : ରିପୋର୍ଟ।
୫-ଟ୍ୱିନ୍ ସିଟିରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
୬-ଆଗରେ ବାଇଡେନ ପଛରେ ପଡିଲେ ଟ୍ରମ୍ପ: ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କୁ ୬୬ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ।
୭-TATA Projectsକୁ ମିଳିଲା ନୂଆ ସଂସଦ ଭବନ ନିର୍ମାଣର ଠିକା, ୮୬୧.୯୦କୋଟି ଟଙ୍କାରେ ନିର୍ମିତ ହେବ ବିଲ୍ଡିଂ।
୮-ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଛି ଏକାଥରକେ ୫ଟି ବଡ ବାତ୍ୟା, ସେପଟେ ୨୦ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା।
୯-ଏବର୍ଷ ଭବାନୀପାଟଣାରେ ଭକ୍ତଙ୍କ ବିନା ଆୟୋଜନ ହେବ ଛତରଯାତ୍ରା; ପଶୁବଳି ମଧ୍ୟ ନିଷେଧ।
୧୦-ସ୍ୱଚ୍ଛନ୍ଦରେ ଆଇପିଏଲ ଉପଭୋଗ କରିବାକୁ ଜିଓର ଏକାଧିକ ନୂଆ କ୍ରିକେଟ୍ ପ୍ଲାନ୍‌।
୧୧-WHO ବୈଜ୍ଞନିକଙ୍କ ଦାବି, ଏବେବି ଆସିନି କରୋନା ଭାଇରସର ଦ୍ୱିତୀୟ ଲହର, ହେବ ଭୀଷଣ କ୍ଷୟକ୍ଷତି।
୧୨-ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହୋଇ ପ୍ରାଣ ହରାଇବା ଘଟଣା: ବିଦା ହେଲେ ଫାର୍ମାସିଷ୍ଟ
୧୩-ଜୀବିକା କାର୍ଯ୍ୟକ୍ରମ ଜରିଆରେ ଗାଁ ଲୋକଙ୍କ ରୋଜଗାର ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
୧୪-ଭାରତ-ଚୀନ୍ ସୀମାନ୍ତ ଉତ୍ତେଜନା : ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଦେଇଥିବା ବିବୃତିରେ ବେଜିଙ୍ଗ୍ ବିରକ୍ତି ପ୍ରକାଶ , ଉଭୟ ଶାନ୍ତି ଓ ଯୁଦ୍ଧ ନିମନ୍ତେ ଚୀନ୍ ପ୍ରସ୍ତୁତ।
୧୫-ଭାରତରେ ଅଧା କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଆଶା ବଢ଼ାଇଲା ଋଷିଆ ଟିକା : ୧୦ କୋଟି ଟିକା ବିକ୍ରି କରିବା ପାଇଁ ଡକ୍ଟର ରେଡ୍ଡି ଲାବୋରୋଟାରୀ ସହ ବୁଝାମଣା।
୧୬-ଉତ୍ତର ପ୍ରଦେଶର ଆଲିଗଡ଼ରେ ୫ ଦିନ ତଳେ ଗୋଟିଏ ଅଳଙ୍କାର ଶୋରୁମ୍‌ରୁ ୪୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିବା ଗ୍ୟାଙ୍ଗକୁ ପୋଲିସ ଏନ୍‌କାଉଣ୍ଟର କରିଛି।
୧୭-କେଦାରନାଥ ବିପର୍ଯ୍ୟୟରେ ନିଖୋଜ ଲୋକଙ୍କ ନର କଙ୍କାଳ ଖୋଜିବାକୁ ଗଠନ ହେଲା ୧୦ଟି ଟିମ, ୪ ଦିନ ଚାଲିବ ଅଭିଯାନ
୧୮-ଦେଶର ୨୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି।
୧୯-କ୍ୟାନସର ଚିକିତ୍ସା ପାଇଁ ଦୁବାଇ ଗଲେ ସଞ୍ଜୟ ଦତ୍ତ।
୨୦-ଝାରସୁଗୁଡ଼ା ବିମାନବନ୍ଦର ବିକାଶ ପାଇଁ ଖର୍ଚ୍ଚ ହୋଇଛି ୧୦୫.୩୩ କୋଟି।
୨୧-ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିଦେ ସୁଗା।

ଯେ ଯାଏଁ ଥିବା ବାହାରେ, ମାସ୍କ ଥିବ ଆମ ମୁହଁରେ, ଘରକୁ ଫେରିଲେ ଧୋଇବା ହାତ , କୋରୋନାଠୁ ହେବ ଜିତାପଟ ।

Leave A Reply

Your email address will not be published.