ଭାରସମ୍ୟ ହରାଇ ଓଲଟିଲା ୪୦୭

0 389

ବାରଙ୍ଗ,୨୧/୧୧(ଏସଏସନିୟୁଜ) ଭାରସମ୍ୟ ହରାଇ ରାସ୍ତାରେ ଓଲଟିଲା ୪୦୭ ।ଦୀର୍ଘ ସମୟଧରି ରାସ୍ତାରେ ଗାଡିଟି ପଡିରହିଥିବାରୁ ଯାତାୟତରେ ବାଧକ ସାଜିଥିଲା । ପରେ କ୍ରେନ୍ ଆସି ଗାଡିକୁ ଉଠାଇବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।ଏହିପରି ଏକ ଘଟଣା ଆଜି ମଧ୍ୟାନ୍ନରେ ରାଜଧାନୀ ଉପକଣ୍ଠ ଢାୱାଗ୍ରାମମୁଣ୍ଡରେ ଘଟିଛି ।ଭୁବନେଶ୍ୱର ବ୍ଲକରୁ କଂଟ୍ରୋଲଚାଉଳ ନେଇ ୫ପଂଚାୟତକୁ ଅସୁଥିଲା ଓଆର୦୨-ଏପି-୭୧୨୧ନଂ ୪୦୭ ।ଢାୱା ଗ୍ରାମକୁ ୬୨ବସ୍ତା କଂଟ୍ରୋଲ ସାମଗ୍ରୀ ନେଇ ଡିଲରକୁ ଦେବାକୁ ଆସୁଥିବାବେଳେ ଢାୱା-ଖୈରାପଡା ରାସ୍ତାର ଦାସମଣିଆ ବାଙ୍କ ପାଖରେ ଗାଡିଟି ଭାରସମ୍ୟ ହରାଇ ଓଲଟିପଡିଥିଲା ।ଫଳରେ ଏହି ରାସ୍ତାରେ କିଛି ସମୟପାଇଁ ଯାତାୟତ ହୋଇପାରିନଥିଲା ।ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ ।

Leave A Reply

Your email address will not be published.