ଭୁବନେଶ୍ୱରରୁ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

0 201

ଭୁବନେଶ୍ୱର,୧୦/୬(ଏସ୍‌ଏସ୍‌ନିୟୁଜ) ଆଜି ସକାଳୁ ୧୧୦ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେପରେ ପୁଣି ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ମିଳିଛି । ସୁସ୍ଥ ହୋଇଥିବା ୧୪୯ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫୭ଜଣ, ଖୋର୍ଦ୍ଧାରୁ ୨୬ଜଣ, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮ଜଣ, ସୁନ୍ଦରଗଡରୁ ୪ଜଣ, କେନ୍ଦୁଝରରୁ ୩ଜଣ, କଟକରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଯାଜପୁର ଓ ନୟାଗଡରୁ ୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହ ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ ଓ ରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଁଚିଛି ।ସେହିଭଳିଭାବେ ଭୁବନେଶ୍ୱରରୁ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବେନଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଛୁଇଁଛି । ସେମାନଙ୍କ ମଧ୍ୟରେ ୫ଜଣ ବିଭିନ୍ନ ହସିପଟାଲର କର୍ମଚାରୀ ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଅଛନ୍ତି । ଆକ୍ରାନ୍ତମାନେ ହେଉଛନ୍ତି ଏମ୍ସ ହସ୍ପିଟାଲର ୪ ଡାକ୍ତର, ଜୟଦେବ ବିହାର ବିଷ୍ଣୁ ଆପାର୍ଟମେଂଟର ଜଣେ ବ୍ୟକ୍ତିଙ୍କ ସମେତ ପୋଖରୀପୁଟ ଡିଏଭି ସ୍କୁଟ ପାଖରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି

Leave A Reply

Your email address will not be published.