ବିଭିନ୍ନ ପଂଚାୟତରେ କରୋନା ପାଇଁ ସଚେତନା କାର୍ଯ୍ୟକ୍ରମ

0 239

ଡେଲାଙ୍ଗ୧୯/୩ (ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଂଚାୟତ କାର୍ଯ୍ୟାଳୟ ପରିସରରେ ମହାମାରି କରୋନା ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଂଚ ଜ୍ୟୋତ୍ରୀମୟୀ ସ୍ୱାଇଁ ,ପଂଚାୟତ ନିର୍ବାହି ଅଧିକାରୀ ମୁକେଶ ଜେନ,ସ୍ୱାସ୍ଥ୍ୟକର୍ମୀ ଉର୍ମୀଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମୁନିନ୍ଦା ପଂଚାୟତରେ ଜେଇ ଚିତ୍ରପଳା ନାୟକ,ସରପଂଚ ସଂନ୍ଧ୍ୟାରାଣୀ ପରିଡା,ପିଇଓ ଦେବାଶିଷ ବେହେରା,ପୂର୍ବତନ ସରପଂଚ ନରେନ୍ଦ୍ର ପରିଡା ସମେତ ଜନସାଧାରଣ,ଆଶାକର୍ମୀ,ୱାର୍ଡ ସଭ୍ୟସଭ୍ୟା ,ଅଂଗନବାଡିକର୍ମୀ ଏହି ସଚେତନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଚେତନତା କରାଇଥିଲେ । ମହାମାରୀ କରୋନା ସମ୍ପର୍କରେ ସଚେତନତା କରାଇଥିଲେ ।ଏହା ଏମିତି ଏକ ମହାମାରୀ ଯାହାପାଇଁ କୌଣସି ଟୀକା ବା େଓøଷଧ ନାହିଁ ,ରୋଗର ସଫଳ ଚିକିତ୍ସାପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟା ଅବଶ୍ୟକ,ବାରମ୍ବାର ନିଜର ହାତକୁ ସାବୁନ ହ୍ୟାଣ୍ଡୱାସରେ ସଫା ରଖିବା ,ସାମାଜିକ ଜନସମାଗମଲୋକଙ୍କ ଠାରୁ ଦୂରେଇ ରହିବା କରୋନା ଭୂତାଣୁ ସଂକ୍ରମଣର ସବୁଠୁ ଫଳପ୍ରଦ ଉପାୟ ,ସମସ୍ତ ଧାର୍ମିକ ଉତ୍ସବ,ବିବାହ,ବ୍ରତ ଇତ୍ୟାଦି ସାମାଜିକ ଜନ ସମାଗମ ଠାରୁ ଦୂରେଇ ରହିବା ଉଚିତ, ଗୁଜବ ଠାରୁ ଦୂରେଇ ରହିବା ,ଭୟଭିତ ନହେବା ,ହାତକୁ ବାରମ୍ବାର ସାବୁନରେ ଧୋଇବା,କାଶ,ଛିଙ୍କ ସମୟରେ ମୁହଁକୁ ରୁମାଲ ଓ ଟିସୁ ପେପରରେ ଘୋଡାଇ ରଖିବା,ମୁକ୍ତ ବାୟୁ ଚଳାଚଳ କରୁଥିବା ଓ ଏସି ଲଗାଯାଇନଥିବା କକ୍ଷରେ ବ୍ୟବହାର କରନ୍ତୁ ,ବସବାସ କରୁଥିବା ଘରକୁ କିଟାଣୁ ନାଶକ ଦ୍ରବ୍ୟରେ ସଫା ରଖନ୍ତୁ,ନିଜେ ପରିସ୍କାର ପରିଚ୍ଛନ୍ନତା ଦିଗରେ ଧ୍ୟାନ ଦିଅନ୍ତୁ , ଜ୍ୱର ,କାଶ,ଶ୍ୱାସକ୍ରୀୟାରେ କଷ୍ଟ ଅନୁଭବ କରୁଥିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ,ଆଖି,ନାକ,ପାଟିକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ,ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସଂକ୍ରମିତ ମାସ୍କ ,ଟିସୁ ପେପର ଇତ୍ୟାଦିକୁ ଘୋଡଣିଥିବା ଡଷ୍ଟ ବିନରେ ରଖନ୍ତୁ ଓ ପରେ ପୋଡି ଦିଅନ୍ତୁ ସଂକ୍ରମିତ ଲୁଗା ପଟାକୁ ସାବୁନରେ ଭଲଭାବେ ସଫାକରି ଖରାରେ ସୁଖାନ୍ତୁ ଆଦି ସଚେତନାର ବାର୍ତ୍ତା ଥିବା ଏକ ଲିପଲେଟକୁ ବଣ୍ଟନ କରାଯାଇଥିଲା । ସେହିପରି ଗୁଆଳି ପଡା,ଜେନାପୁର ,ରେଂଚ,ମୁନିନ୍ଦା,କଲ୍ୟାଣପୁର ସମେତ ସମସ୍ତ ପଂଚାୟରେ ସଚେତନତା କରାଯାଇଥିଲା ।

Leave A Reply

Your email address will not be published.