ବିଦାୟ ନେଲେ କାର୍ତ୍ତିକେୟ ,ଲୋକାରଣ୍ୟ ବାରଙ୍ଗ

0 704

ଭୁବନେଶ୍ବର:୧୭/୧୧- ଆଜି ହେଉଛି ବାରଙ୍ଗ ଅଞ୍ଚଳର ଗଣପର୍ବ କାର୍ତ୍ତିକଶ୍ବର ପୂଜାର ଭଷାଣି ଉତ୍ସବ । ବିଗତ ୫ ଦିନ ଧରି ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଇ ଆସିଥିବା କାର୍ତ୍ତିକେୟ , ଶିବପାର୍ବତୀ , ଗଣେଷଙ୍କ ମୃର୍ଣ୍ଣୟୀ ମୃତ୍ତି ବିସର୍ଜନର ମାହେନ୍ଦ୍ର ବେଳାରେ ଏହି ଅଞ୍ଚଳ ହୋଇଉଠିଛି ଉତ୍ସବମୁଖର । ୫ ଦିନ ବ୍ୟାପି ପ୍ରଭୁ କାର୍ତ୍ତିକେୟ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ମୀନାବଜାର , ସାସ୍କୃତିକ କାର୍ଯ୍ୟକ୍ରମ , ଯାତ୍ରା , ମେଲୋଡି ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଥିବା ବେଳେ ଭଷାଣୀ ଶୋଭାଯାତ୍ରାରେ ଏହି ଅଞ୍ଚଳ ଲୋର୍କାରଣ୍ୟ ହୋଇଉଠିଲା ।  ଉତ୍ସବରେ ସମୁଦାୟ ୩୧ଟି ମେଢ ସାମିଲ୍ ହୋଇଛି । ନିଜ ପୂଜାମଣ୍ଡପରୁ ବାଜା , ବାଣ ଓ ବିଭିନ୍ନ ରାଜ୍ୟର କଳାକୃତି ସଂଙ୍କୃତି ପରମ୍ପରା ରୋଷଣୀ ଶୋଭାଯାତ୍ରାରେ ଆସି ବାରଙ୍ଗ ପୂରି ମେନ୍ କେନାଲରେ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହୋଇଥିଲା । ଏକତ୍ରିତ ମେଢ ସବୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ଏହି ଶୋଭାଯାତ୍ରାକୁ ସୁଚାରୁରୁପେ ତୁଲାଇବା ପାଇଁ ପୋଲିସ ପ୍ରଶାସନ , ଶାନ୍ତିକମିଟି ସଭାପତି ପ୍ରତାପ ପାଣି , ସମ୍ପାଦକ ସୁରେଶ ମହାନ୍ତି ସମେତ ଉପସ୍ଥିତ ରହି ଭିଡ ନିୟନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.