ବିଦାୟୀ ଅଧକ୍ଷଙ୍କୁ ସମ୍ଭର୍ଦ୍ଧନା କଲେ ,ଆର୍ଶିବାଦ ନେଲେ

0 242

ବାରଙ୍ଗ,୨/୩(ଏସ୍‌ଏସ୍‌ନିୟୁଜ)ଗୁରୁଶିଷ୍ୟର ପରମ୍ପରାକୁ ଦୋହରାଇଲେ । ଅନ୍ୟମାନଙ୍କ ପାଇଁ ଉଦାହରଣ ତିଆରିକଲେ ।ବିଦାୟ ସମୟରେ ଗୁରୁଙ୍କଠାରୁ ଆର୍ଶିବାଦ ଭିକ୍ଷାକଲେ ।ଶିକ୍ଷାଦାନର ସମୟ ଭିତରେ ପାଇଥିବା ଉପଦେଶ ସହ ଭଲପାଇବା ବିଷୟରେ ବଖାଣିଲେ ।ସୋମବାରଦିନ ବାରଙ୍ଗର ଅନ୍ୟତମ ଶକ୍ତିପୀଠ ସାରଙ୍ଗେଇ ମନ୍ଦିରରେ ଏହିଭଳି ଏକ ପରିବେଶ ସୃଷ୍ଟିକରିଥିଲେ ବାରଙ୍ଗ କୁଞବିହାରୀ କଲେଜର ଛାତ୍ରଛାତ୍ରୀମାନେ ।କୁଞବିହାରୀ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା କଲେଜରବିଦାୟୀ ଅଧକ୍ଷ ପ୍ରଫେସର ବିମଳଦାସଙ୍କୁ ସାରଙ୍ଗେଇପୀଠରେ ରାଜନୀତି ବିଜ୍ଞାନ ବିଭାଗ ର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ବିଦାୟ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅଧ୍ୟାପକ ପ୍ରଫେସର ପ୍ରକାଶ କୁମାରପରିଡା ସଭାପତିତ୍ୱରେ ଆୟୋଜିତ ଏହି ସମ୍ଭର୍ଦ୍ଧନା ସଭାରେ ବିଦାୟୀ ଅଧକ୍ଷଙ୍କ ଛାତ୍ରବସ୍‌ଳତା,ସାହସିକ ପଦକ୍ଷପ, କଲେଜର ଉନ୍ନତଶିକ୍ଷା ବ୍ୟବସ୍ଥା,ଫନି ପରବର୍ତୀ କ୍ଷୟକ୍ଷତିର ତୁରିତ ପୁନଃଉଦ୍ଧାର ପୁର୍ବକ ପ୍ରଗତିଶୀଳ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରିବା କ୍ଷତ୍ରରେ ସାଲିସହୀନ ସଂଗ୍ରାମ ତାଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକ ବାତାବରଣ କୁ ସ୍ମରଣୀୟ ରଖିବ । ଅନ୍ୟତମ ଅଧ୍ୟାପକ ତଥା ସଂଯୋଜକ ଓମ୍ରପ୍ରକାସଶତପଥି ପ୍ରଫେସର ଦାଶଙ୍କ ଆମୟିକ ସ୍ୱଭାବ,ଧର୍ଯ୍ୟ , ହାସ୍ୟ ରସିକତା ଓ ଦୃଢ ନିଷ୍ପତିର ଗୁଣ ଆମପାଇଁ ପ୍ରେରଣାଦାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ତାଙ୍କ ଶିକ୍ଷାଦାନ ଓ ସାହାର୍ଯ୍ୟର ମନୋବୃତିକୁ ଭୁୟଂସି ପ୍ରସଂଶା କରିଥିଲେ । ଶେଷରେ ସମସ୍ତେ ମିଶି ପ୍ରସାଦସେବନ କରିଥିଲେ ।

Leave A Reply

Your email address will not be published.