ବିଧାୟକ ମାରିଲେ ସଟ୍

0 431

ଭୁବନେଶ୍ୱର,୩/୧୨-ଫୁଟବଲ ଖେଳିଲେ ବିଧାୟକ । ପ୍ରଥମ ସର୍ଟ ମାରି ଟୁର୍ଣାମେଂଟର ତୃତୀୟଦିବସର ମ୍ୟାଚ କୁ କଲେ ଉଦଘାଟନ । ମଙ୍ଗଳବାରଦିନ ତୃତୀୟଦିବସରେ ରାଜ୍ୟସ୍ତରୀୟ ଗଣ୍ଡରପୁର ଫୁଟବଲଟୁର୍ଣାମେଂଟରେ ଏହିଭଳି ଦେଖିବାକୁ ମିଳିଥିଲା ।ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତରାଉତ ମୁଖ୍ୟଅତିଥିଭାବେ ଯୋଗଦାନକରି ଟୁର୍ଣାମେଂଟର ଶୁଭାରମ୍ଭ କରିଥିଲେ ।
ତୃତୀୟଦିବସ ର ପ୍ରଥମ ଗ୍ରାମାଂଚଳମ୍ୟାଚରେ ଟ୍ରାଇବ୍ରେକର ଦ୍ୱାରା ୫-୪ଗୋଲରେ କୃଷକବନ୍ଧୁ କ୍ଲବ୍ ତଣ୍ଡିକଣା ବନମହାବୀରକ୍ଲବ୍ ଜୟପୁରକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ ସୁପ୍ରିମ ଫୁଟବଲକ୍ଲବ ବରାହିପୁର ୧-୦ଗୋଲରେ ଗବସ୍ତକୁ ହରାଇଥିଲା ।ସହରାଚଂଳ ମ୍ୟାଚ ଜଗାୟୁନାଇଟେଡ କ୍ଲବ ଭୁବନେଶ୍ୱର ୧-୦ଗୋଲରେ ମଙ୍ଗଳା କ୍ଲବ କଟକକୁ ପରାସ୍ତକରି ସେମିଫାଇନାଲରେ ପ୍ରବେଶ କରିଥିଲା ।ଗ୍ରାମାଂଚଳ ମ୍ୟାଚ୍ ରେ ରଣଜିତ ଜେନା ଓ ସହରାଚଂଳ ମ୍ୟାଚରେ କାର୍ତିକ ଭୋଳ ମ୍ୟାନ୍ଅଫ୍ ଡି ମ୍ୟାଚ୍ ହୋଇଥିଲେ । ଚତୁର୍ଥ ଦିନ ମଦନମୋହନକ୍ଲବ ଉସୁମା ସହ ଫ୍ରେଣ୍ଡସ କ୍ଲବ ଜଦୁପୁର,ଦ୍ୱିତୀୟମ୍ୟାଚ୍ ବେଲେଶ୍ୱରକ୍ଲବ ବେଲଗଛିଆ ସହ ବଜରଙ୍ଗବ।ଲି କ୍ଲବ ଘାଟିକିଆ ଓ ସହରାଚଂଳରେ ଇଷ୍ଟକୋଷ୍ଟ ରେଲେଓ ଖୋର୍ଦ୍ଧା ସହ ୟାଜଧାନୀ କ୍ଲବ୭୩ ମଧ୍ୟରେ ମ୍ୟାଚ ହେବବୋଲି ଗଣ୍ଡରପୁର ସ୍ପୋଟିଂୟୁଥ୍ କ୍ଲବ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.