ବିଧାୟକ ପଢ଼ିବେ କୋଭିଡ୍ ପାଠ

0 503

ଆଜି ସକାଳର ଖବର ,ତାରିଖ ୨୮/୦୭/୨୦,ମଙ୍ଗଳବାର
୧-ଆସନ୍ତା କାଲି ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ।
୨-ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ : ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ।
୩-ଓଡ଼ିଶାରେ ଆରମ୍ଭ ହେଲା କୋଭାକ୍ସିନ ଟିକାର ମାନବ ପରୀକ୍ଷଣ।
୪-କରୋନା ନେଗେଟିଭ ହେବା ପରେ ହସପିଟାଲରୁ ଛାଡ଼ ପାଇଲେ ଐଶ୍ୱର‌୍ୟ୍ୟା, ଆରାଧ୍ୟା, ଆଉ କିଛିଦିନ ହସପିଟାଲରେ ରହିବେ ଅମିତାଭ, ଅଭିଷେକ ।
୫-ସଂକ୍ରମଣ ବୃଦ୍ଧିକୁ ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ । ତାପରେ ଦିଲ୍ଲୀ, ମୁମ୍ବାଇ ଭଳି କମିବ । ମୃତ୍ୟୁ ସଂଖ୍ୟା ବଢ଼ୁଛି, ହେଲେ କମ୍ ରହିଛି ହାର।
୬-କରୋନା ଟେଷ୍ଟିଂ ପାଇଁ ବୁଲିବ ମୋବାଇଲ୍ ଭ୍ୟାନ୍ : ରାଜ୍ୟର ବିଭିନ୍ନ ସ୍ଥାନରେ କରାଯିବ ନମୁନା ପରୀକ୍ଷା।
୭-ସୋମବାର ପୁଣି ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨କୁ ବୃଦ୍ଧି।ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ : ମୋଟ ସୁସ୍ଥ ହେଲେଣି ୧୭,୩୭୪
୮-ୟୁନିସେଫ୍ INDIA ପାଇଁ ସବ୍ୟସାଚୀ କରୋନା ଲଢ଼େଇର ଆଇଡଲ ପାଲଟିଛନ୍ତି।
୯-ଚୀନ ଓ ଭାରତ ଉତ୍ତେଜନା ଭିତରେ ଫ୍ରାନ୍ସରୁ ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର‌୍ୟ୍ୟାୟରେ ଆସିବ ୫ଟି ରାଫେଲ, ସାଉଦିରେ ଅବତରଣ ପରେ ୨୯ରେ ପହଞ୍ଚିବ ଭାରତ ।
୧୦-ଭାରତୀୟ ରେଳର ଚାହିଦା : ବଙ୍ଗଳା ଦେଶକୁ ଦିଆଗଲା ୧୦ ଟି ବ୍ରାଡ଼-ଗେଜ ଡିଜେଲ ଇଂଜିନ ।
୧୧-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମଧ୍ୟାହ୍ନ ଭୋଜନ ପାଇଥିବା ବିଦ୍ୟାର୍ଥୀଙ୍କୁ ରାସନ୍‍ ସହ ଏଣିକି ଆଇରନ୍‍ ଟାବଲେଟ୍‍ ପ୍ରଦାନ କରାଯିବ।
୧୨-ବିଧାୟକ ପଢ଼ିବେ କୋଭିଡ୍ ପାଠ : ବୁଧବାର ଭିଡ଼ିଓ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀ ଦେବେ ଉଦ୍‌ବୋଧନ ।
୧୩-ଚୀନ ଉପରେ ଭାରତର ଦ୍ୱିତୀୟ ଡିଜିଟାଲ ଷ୍ଟ୍ରାଇକ୍! ଟିକଟକ, ୟୁସି ବ୍ରାଉଜର ପରେ ପୁଣି ୪୭ ଆପ ବ୍ୟାନ କଲେ ମୋଦି ସରକାର । ରାଷ୍ଟ୍ରୀୟ ସୁରକ୍ଷାକୁ ଆଖିରେ ନିଆଗଲା ପଦକ୍ଷେପ, ପବଜି ସମେତ ୨୭୫ ଚୀନ ଆପ ଉପରେ ରଖାଯାଇଛି ନଜର ।

Leave A Reply

Your email address will not be published.