ବିପଦ ସଙ୍କେତ ଉପରେ ଦୟାନଦୀ

0 664

ଡେଲାଙ୍ଗ୧/୯(ଏସ୍‌.ଏସ୍‌.ନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଠାରେ ପ୍ରବାହିତ ଦୟାନଦୀ ବିପଦ ସଙ୍କେତ ଠାରୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବିପଦ ସଂକେତ ୬.୨୪ ମିଟର ରହିଥିଲା ବେଳେ ଆଜି ସଂନ୍ଧ୍ୟା ସୁଧା ୭.୫୭ ମିଟର ସ୍ତରରେ ଜଳ ପ୍ରବାହିତ ହେଉଛି । ନଦୀର ପୂର୍ବ ପାଶ୍ୱ ବନ୍ଧର ଶିଶୁଆପଡା,ଘୋରଡିଆ ନୂଆହାଟ,ଝୋରକଣି ଘାଟ,ଗୋପତୁଠ ସ୍ଥାନ ମାନଙ୍କରେ ଘଳିଆ ପଡିବାଯାଗୁ ସ୍ଥାନୀୟ ଲୋକମାନଙ୍କ ମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ସେହିପରି ବସନ୍ତ ପୁର ନିକଟ ନଦୀ ବନବନ୍ଧରେ ୧୧ଟି ଛୋଟବଡ ଘଳିଆ ପଡିଥିବା ବେଳେ ନଦୀବନ୍ଧ ରାସ୍ତା ଦବୀ ଯାଇଛି । ଏଥି ଯୋଗୁ ବସନ୍ତପୁର,ନିପୁର,ମୋଟରୀ,କୁମୁଣ୍ଡାଳ ପ୍ର୍ରଭୃତି ଗ୍ରାମ ଗୁଡିକରେ ଭୟ ସୃଷ୍ଟି ହୋଇଛି ।୨୦୧୧ ମସିହାରେ ଏହି ବସନ୍ତପୁର ଠାରେ ନଦୀବନ୍ଧ ଭାଙ୍ଗି ଯାଇଥିଲା । ଏଥିରେ ଅନେକ ଗ୍ରାମ ଜଳମଗ୍ନ ହେବା ସହିତ ଶହଶହ ହେକ୍ଟର ଧାନ ଜମି ନଷ୍ଟ ହୋଇଯାଇଥିଲା ।ଏବେବି ସ୍ଥାନୀୟ ଲୋକମାନଙ୍କ ମନରୁ ଏହି ଭୟ ଲିଭିନି । ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଦିଆଯାଇ ଘଳିଆ ବନ୍ଦ କରିବା ପକ୍ରିୟା ଜାରି ରହିଛି । ଗଡ ବେଗୁନିଆ ପଡା ଠାରୁ ବସନ୍ତ ପୁର ପର୍ଯ୍ୟନ୍ତ ଦୟାନଦୀର ପୂର୍ବପଟ ବନ୍ଧକୁ ମୋଟରୀ ସରପଂଚଙ୍କ ପ୍ରତିନିଧି ରମଣିରଞ୍ଜନ ଚମ୍ପତିରାୟଙ୍କ ତତ୍ୱାବଧାନରେ ଆତ୍ମାର ଅଧ୍ୟକ୍ଷ ବିଜୟ ଚମ୍ପତିରାୟ,ସମବାୟ ସଭାପତି ଦୁସ୍ମନ୍ତ ସାମନ୍ତସିଂହାର,ପାଣିପଂଚାୟତ ସଭାପତି ବିଚିତ୍ରାନନ୍ଦ ପ୍ରଧାନ ଯୁବ ଗୋଷ୍ଠି ମାନଙ୍କୁ ସାଙ୍ଗରେ ଧରୀ ନଦୀ ବନ୍ଧକୁ ଜଗିରହିଥିବା ବେଳେ ବିଭିନ୍ନ ସ୍ଥାନରେ ବାଲି ବସ୍ତା ମହଜୁଦ ରଖିଛନ୍ତି ।

Leave A Reply

Your email address will not be published.