ବୃକ୍ଷରୋପଣ କଲେ ,ସଚେତନତା ବାର୍ତା ବାଣ୍ଟିଲେ

0 243

ମେଣ୍ଢାଶାଳ ,୯/୮ (ଏସଏସ ନିୟୁଜ) ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମର ପ୍ରବେଶ ରାସ୍ତାର ଉଭୟ ପାର୍ଶ୍ୱରେ ଆଜି ବୃକ୍ଷ ରୋପଣ କରାଯାଇଛି। ବିଗତ ୪ ବର୍ଷ ଧରି ପଞ୍ଚାୟତର ବିଭିନ୍ନ ଗ୍ରାମ ସହିତ ଅଂଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଉଥିବା ବେଳେ ବର୍ତ୍ତମାନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ପଦକ୍ଷେପ ବୋଲି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶ୍ରୀ ପ୍ରଭାତ କୁମାର ରାଉତରାୟ ଓ ପ୍ରଭାତ କୁମାର ରାଉତରାୟ ଅଞ୍ଚଳର ବସିନ୍ଦାମାନଙ୍କୁ ସଚେତନତା ବାର୍ତା ପ୍ରଚାର କରୁଛନ୍ତି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମେଣ୍ଢାଶାଳ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ମଞ୍ଚର ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର, ଶ୍ରୀଯୁକ୍ତ ପ୍ରମୋଦ ପ୍ରହରାଜ, ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ, ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାସ, ଶ୍ରୀଯୁକ୍ତ ଉପେନ୍ଦ୍ର ବେହେରା, ଶ୍ରୀଯୁକ୍ତ ତ୍ରିଲୋଚନ ସ୍ୱାଇଁ ସହିତ ପଞ୍ଚାୟତବାସୀ ପୂର୍ବତନ ସରପଞ୍ଚ ଶ୍ରୀଚନ୍ଦନ, ପୂର୍ବତନ ସମିତି ସଭ୍ୟ ଶ୍ରୀ ସତ୍ୟସୁନ୍ଦର ସାହୁ, ୱାର୍ଡମେମ୍ବର ଶ୍ରୀ ଚନ୍ଦ୍ରକାନ୍ତ ବେହେରା, ଶ୍ରୀ ପ୍ରିୟରଞ୍ଜନ ପଟ୍ଟନାୟକ, ଶ୍ରୀ ଅକ୍ଷୟ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। (ମେଣ୍ଢାଶାଳରୁ ପ୍ରଭାତ କୁମାର ରାଉତରାୟ ଙ୍କ ରିପୋର୍ଟ )

Leave A Reply

Your email address will not be published.