ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର

0 462

ସଂକ୍ଷେପରେ ସକାଳର ଖବର ,ତା-୩୦.୫.୨୦୨୦(ଶନିବାର)
୧-କୋଭିତ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଗାଇବେ ବନ୍ଦେ ଉତ୍କଳଜନନୀ…..। ଦେଶ ବିଦେଶରେ ଥିବା ସବୁ ଓଡ଼ିଆ ହେବେ ସାମିଲ। ସବୁ ଟ୍ରାଫିକ୍ ବନ୍ଦ ରଖିବାକୁ ଅନୁରୋଧ ।
୨-ଭୁବନେଶ୍ୱର: ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ।
୩-ସାବାସ୍ ‘ସୋନୁସୁଦ୍’, ଦେଢ଼ ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ଓଡ଼ିଶା ପଠାଇଲେ ଏହି ବଲିଉଡ ଅଭିନେତା।
୪-ଘରୋଇ ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର, ୩ମାସ ପାଇଁ ଛାଡ କଲେ ରୋଡ ଟ୍ୟାକ୍ସ।
୫-ଭୁବନେଶ୍ୱର: ନିଶାର୍ଦ୍ଧରେ କାଳବୈଶାଖୀର ତାଣ୍ଡବ।ଉପୁଡିଲା ବିଦ୍ୟୁତ ଖୁଣ୍ଟି , ଭାଙ୍ଗିଲା ଗଛ, ଟ୍ବିନ୍ ସିଟିବାସୀଙ୍କ ନିଦ ଭାଙ୍ଗିଲାଦେଲା ଘଡ଼ଘଡ଼ି।
୬-ଜୁନ ୧ ରୁ  CESU ନାମ ପରିବର୍ତ୍ତନ ହୋଇ TPCODLରହିବ।ଟାଟା ପାଓ୍ବାର ୫ ବର୍ଷରେ ବିନିଯୋଗ କରିବ ୧୫୪୧ କୋଟି।
୭-ମାଲକାନଗିରି ସୀମାନ୍ତରେ ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ନିହତ ହେଲେ ୪ ଜଣ ହାର୍ଡକୋର ମାଓନେତା।
୮-‘ଟିକ୍ ଟକ୍’ କୁ ସଠିକ୍ ନିୟନ୍ତ୍ରଣ କରାଯିବା ଜରୁରୀ: ହାଇକୋର୍ଟ।
୯-ଭୁବନେଶ୍ୱର:ଆରମ୍ଭ ହେଲା ଗାଁ ଆମ୍ବ ପସରା’ କାର‌୍ୟ୍ୟକ୍ରମ, ଓରମାସ ଆୟୋଜିତ ଆମ୍ବ ବଜାରରେ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ କିସମର ସୁଆଦିଆ ଆମ୍ବ।କରିବା ପାଇଁ ଓରମାସ ତରଫରୁ ନିବେଦନ କରାଯାଇଛି। ଗାଁ ଆମ୍ୱ ପସରା କାର‌୍ୟ୍ୟକ୍ରମ ମେ ୨୮ ତାରିଖରୁ ଜୁନ ୨୦ ତାରିଖ ପର‌୍ୟ୍ୟନ୍ତ ଚାଲିବ।
୧୦-ଆସନ୍ତା ଜୁନ୍ ୫ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ସଙ୍ଗଠିତ ହେବ ୨ଟି ଉପଛାୟା- ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର‌୍ୟ୍ୟ ପରାଗ।
୧୧-ଦଶ ସେକେଣ୍ଡ ଥରି ଉଠିଲା ମାଟି, ଦିଲ୍ଲୀ-ଏନସିଆରରେ ୪.୬ ତୀବ୍ରତାର ଭୂକମ୍ପ।
୧୨-ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି : ରାଜୀବ ସାକ୍ସେନାର ୩୮୫ କୋଟି ମୂଲ୍ୟର ସମ୍ପତ୍ତି ଜବତ କଲା ଇଡି।
୧୩-ନୂଆ ଦିଲ୍ଲୀ: ଚୀନକୁ ତାରି ଭାଷାରେ ମିଳିବ ଜବାବ, ପୂର୍ବ ଲଦାଖରେ ଆହୁରି ବଢାଯାଉଛି ସୈନିକ ସଂଖ୍ୟା, ସମାଧାନ ନହେବା ଯାଏଁ ଇଞ୍ଚେ ବି ପଛକୁ ହଟିବେନି ଯବାନ।

Leave A Reply

Your email address will not be published.