ଚଳିତ ବର୍ଷ ହେବନି ଐତିହାସିକ ବାଲିଯାତ୍ରା ମହୋତ୍ସବ, ବୋଇତ ବନ୍ଦାଣ ଓ ଧବଳେଶ୍ବର ପିଠରେ ବଡ ଓଷା ବନ୍ଦ ପାଇଁ ନିଷ୍ପତି

0 558

କଟକ :-୩୦/୧୦(ଏସଏସଏନ୍) ଚଳିତବର୍ଷ କଟକ ରେ ହେବନି ଐତିହାସିକ ବାଲିଯାତ୍ରା ।ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୁଚନା ଦେଇଛନ୍ତି । ଖାଲି ବାଲିଯାତ୍ରା ନୁହେଁ ଚଳିତ ବର୍ଷ  କାର୍ତ୍ତୀକ ପୁର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ମଧ୍ୟ ବାରଣ ଅଛି । ତାସହିତ ଧବଳେଶ୍ବରଙ୍କ ବଡ ଓଷା ବନ୍ଦ ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।  କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ଏଭଳି ନିଷ୍ପତି ନିଆଯାଇଛି  । କୌଣସି ପରିସ୍ଥିତିରେ ଏହି ମହୋତ୍ସବ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି । ବିଶେଷ କରି ନଭେମ୍ବର ମାସରେ ବାଲିଯାତ୍ରା ହେଉଥିଲା ବେଳେ ଏ ସମୟରେ କୋଭିଡ୍ ସଂକ୍ରମଣ ସ୍ଥିର ରହିଛି । ଆଗକୁ ଶୀତ ଅଧିକ ଅନୁଭୁତି ହେବାକୁ ଯାଉଥିବା ବେଳେ ଏଭଳି ନିଷ୍ପତି ନିଆଯାଇଛି  । ସେହିପରି କାର୍ତ୍ତିକ ପୁର୍ଣ୍ଣିମା ରେ ବୋଇତ ବନ୍ଦାଣ ଉତ୍ସବ କୁ ମଧ୍ୟ ଚଳିତ ବର୍ଷ ବାତିଲ୍ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ତରରେ ବୋଇତ ବା ଡ଼ଙ୍ଗା ବିଭିନ୍ନ ଜଳାଶୟ ରେ ଭସାଇପାରିବେ ବୋଲି ସୂଚନା ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରିଛନ୍ତି । ଅପରପଟେ କାର୍ତ୍ତିକ ମାସର ବଡ଼ଓଷା ପର୍ବ ପଡୁଥିବା ବେଳେ କଟକ ର ଶ୍ରୀ ଶ୍ରୀ ଧବଳେଶ୍ବର ଙ୍କ ପ୍ରସିଦ୍ଧ ବଡ଼ଓଷା ରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥାଏ । ଯଦି ଏହି ପର୍ବ ସେଠାରେ ହୁଏ ତେବେ ସଂକ୍ରମଣକୁ ରୋକିବା ମୁସ୍କିଲ୍ ହୋଇପଡିବ । ତେଣୁ ଏ ବର୍ଷ ମଧ୍ୟ ଧବଳେଶ୍ବର ଙ୍କ ପୀଠରେ ବଡ଼ଓଷା ପର୍ବ ବନ୍ଦ ରଖାଯାଇଛି । 

Leave A Reply

Your email address will not be published.