ଚାଷୀଙ୍କ ସହ କେଜ୍ରିୱାଲ କରିବେ ଅନଶନ

ଖବର ଆଜିର,ତାରିଖ ୧୪-୧୨-୨୦ ସୋମବାର

0 330

୧-ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର ।
୨-ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରିବେ ଚାଷୀ,ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ କରିବେ ଅନଶନ ।
୩-ଜାନୁଆରୀରୁ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ, ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା- ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓଙ୍କ ବଡ ବୟାନ
୪-କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ସୁଦ ।
୫-ଟିଆରପି ସ୍କାମ ମାମଲା – ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ ।
୬-ସୀମା ବିବାଦ: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ସରକାରଙ୍କ ଅନୁମତି ।
୭-ଲିଙ୍ଗରାଜ ମନ୍ଦିର ଖୋଲିବା ଆଶାରେ ଭକ୍ତ ।
୮-ପରୀ ହତ୍ୟାକାଣ୍ଡ : ଏସ୍‍ଆଇଟି ଧରି ନେଇଥିବା ଛାତ୍ରଙ୍କ ବିସ୍ଫୋରକ ବୟାନ, ତଦନ୍ତଆଳରେ ଧମକ ଓ ପ୍ରଲୋଭନ ଦେଇଛି ଏସ୍‍ଆଇଟି ।
୯-ଶିଶୁକନ୍ୟା ସ୍ବାତୀ ନିଖୋଜ ଘଟଣା : ଫେରିବାଲା ଉପରେ ପୁଲିସ୍‌ର ନଜର ।
୧୦-ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣପକ୍ଷ ଚର୍ତୁଦଶୀ ତିଥିରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି।
୧୧-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବାସଭବନ ଆଗରେ ଭଙ୍ଗାରୁଜା, ଆପ୍ କହିଲା-ଏସବୁ ବିଜେପିର କାରନାମା, ସଫେଇ ଦେଲା ବିଜେପି ।
୧୨-କରୋନା ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଜିତିନୁ, କରୋନା ଏବେ ବି ଅଛି ।
୧୩-୨୪ ଘଣ୍ଟିଆ ହେବ RTGS ସେବା, ଏବେ ସବୁ ବେଳେ କରି ପାରିବେ ମନି ଟ୍ରାନ୍ସଫର

Leave A Reply

Your email address will not be published.