ଚିନ୍ତା ବଢ଼ାଉଛି ଦ୍ୱୈତନଗରୀ

0 447

ସଂକ୍ଷେପରେ ଆଜି ସକାଳର ଖବର,ତାରିଖ ୦୪/୦୯/୨୦ ଶୁକ୍ରବାର
୧-ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଫଳ : ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ନେଇ ସୂଚନା ଦେଲେ ଗଶଶିକ୍ଷା ମନ୍ତ୍ରୀ ସମୀର ଦାଶ; ପୂର୍ବରୁ ବାହାରି ସାରିଛି ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ।
୨-ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ୟଜି-ପିଜି ଶ୍ରେଣୀ ପାଇଁ ସେମିଷ୍ଟାର ଓ ବାର୍ଷିକ ପରୀକ୍ଷା ଚଳିତମାସ ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ମଧ୍ୟରେ ଶେଷ ହେବ।
୩-ପ୍ରଧାନମନ୍ତ୍ରୀଙ୍କୁ ଧମକ ଅଭିଯୋଗ; ରାଜଦ୍ରୋହ ମାମଲାରେ ସାଲେପୁର ଅଞ୍ଚଳରୁ ଯୁବକ ଗିରଫ।
୪-କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ଆରୋଗ୍ୟ ହାର ୭୬. ୭୮ % ଏବଂ ମୃତ୍ୟୁହାର ୦.୪୬%।
୫–ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେବ ଷ୍ଟେରୋଏଡ।
୬-ଚିନ୍ତା ବଢ଼ାଉଛି ଦ୍ୱୈତନଗରୀ : କୋଭିଡ୍ ରଣନୀତିକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।
୭-ରବିବାରଠୁ ପୁଣି ରାଜ୍ୟରେ ବଦଳିବ ପାଗ । ପ୍ରବଳ ବର୍ଷାର ପୁର୍ବାନୁମାନ କଲା ପାଣିପାଗ ବିଭାଗ।
୮-ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣିବେଳେ ଅପ୍ରୀତିକର ପରିସ୍ଥିତି : ହାଇକୋର୍ଟ କ୍ଷୁବ୍ଧ, ସର୍ବନିମ୍ନ ସୌଜନ୍ୟ ରକ୍ଷା ପାଇଁ ନିର୍ଦ୍ଦେଶ।
୯-ଭାରତ-ଚୀନ ବିବାଦ ମଧ୍ୟରେ ଲଦାଖ ଗଲେ ସେନାମୁଖ୍ୟ : କଲେ ସ୍ଥିତିର ସମୀକ୍ଷା, ପେଙ୍ଗମ ହ୍ରଦ ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ସେନା; ଦୁଇ ଦିନ ଧରି ଚାଲିଛି ଉଚ୍ଚସ୍ତରୀୟ ବୈଠକ।
୧୦-ସୁଧୁରିବା ଆରମ୍ଭ କଲାଣି ଶିଳ୍ପ ଅର୍ଥନୀତି, ଏପ୍ରିଲ୍ ପରେ ଆସିଲାଣି ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ।
୧୧-ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ ( ରିଭର କ୍ରୁଇସ୍ ) ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଛନ୍ତି।
୧୨-ଆଉ ଛପା ହେବନି ସରକାରୀ କ୍ୟାଲେଣ୍ଡର, ଡାଏରୀ – କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶନାମା।
୧୩-ନୂଆ ବର୍ଷରୁ ଗାଡ଼ି ମାଲିକଙ୍କ ଲାଗି ନୂଆ ନିୟମ: ବିନା ଫାଷ୍ଟ ଟ୍ୟାଗରେ ହୋଇପାରିବ ନାହିଁ ବୀମା ନବୀକରଣ।
୧୪-ଭାରତୀୟ ରେଲ୍‌ଓ୍ବେ ଇତିହାସରେ ପ୍ରଥମ ଥର: ଟ୍ରେନରେ ବାଂଲାଦେଶ ପଠାଗଲା ୧୦୦ ଟ୍ରାକ୍ଟର।
୧୫-ମୁମ୍ବାଇ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଏୟାରପୋର୍ଟସ୍ ।
୧୬-ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ, ସେନା ସତର୍କ।
୧୭-ଫର୍ଚ୍ୟୁନ୍ ପତ୍ରିକାର ୪୦ ବର୍ଷରୁ କମ୍ ବୟସରେ ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଲେ ଇଶା ଓ ଆକାଶ ଅମ୍ବାନୀ।

Leave A Reply

Your email address will not be published.