ଚୋରା ମରମ ଚାଳଣରେ ବେଳେ ଧରାପଡିଲା ଟ୍ରାକ୍ଟର

0 311

ଡେଲାଙ୍ଗ୨୧/୧୦(ଏସଏସନିୟୁଜ) ଡେଲାଙ୍ଗ ପୁଲିସ ଆଜି ଚୋରା ମରମ ଚାଲଣ ଘଟଣାରେ ଜଣକୁ ଗିରଫ କରିବା ସହିତ ଏକ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଛି । ଡେଲାଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୁଆପଦା ଗ୍ରାମ ନିକବର୍ତ୍ତି ଅଂଚଳରୁ ଏକ ଟ୍ରାକ୍ଟରରେ ମୋରମ ଆସୁଥିବାର ପୁଲିସ ଦେଖିବାକୁ ପାଇଥିଲା । ପୋଲିସ ଗାଡିକୁ ଅଟକାଇ କାଗଜ ପତ୍ର ତନଖିବା ପରେ ଚୋରା ମୋରମ ଚାଲଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ କୁଆପଦା ଗ୍ରାମର ଜାନକୀ ବଲ୍ଲଭ ହରିଚନ୍ଦନ(୪୧) ଙ୍କୁ ଗିରଫ କରିବା ସହିତ ମରମ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି । ଏସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ ୧୬୩/୨୦ରେ ଏକ ମାମାଲା ରୁଜୁ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଳଣ କରାଯାଇଛି ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି । (ଡେଲାଙ୍ଗ ରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.