ଚୋରାମଦ କାରବାରରେ ୨ ଗିରଫ

0 266

ଡେଲାଙ୍ଗ ,୫/୨(ଏସଏସନିୟୁଜ)ଡେଲାଙ୍ଗ ବଜାର ସନ୍ନିକଟ ବେଲେଶ୍ୱର ପାଟଣା ଗ୍ରାମରେ ଚୋରା ମଦ ବିକ୍ରୟ କରୂଥିବା ଖବର ପାଇ ପୋଲିସ ଘଟଣା ସ୍ଥଳରୁ ମଦ ଜବତ କରିବା ସହିତ ୨ ଜଣକୁ ଗିରଫ କରିଛି । ଚୋରାଦେଶୀମଦ ବିକ୍ରୟ ହେଉଥିବା ଖବର ପାଇ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଂଚି ମଦ ଜବତ କରିବା ସମୟରେ ମଦ ବିକ୍ରୟ କରୁଥିବା ପରିବାରର ଲୋକମାନେ ପୋଲିସ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ଜଣ କର୍ମଚାରୀ ଆହତ ହୋଇ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଫେରିରିଛନ୍ତି । ମିଲିଥିବା ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଡେଲାଙ୍ଗ ବଜାର ସନ୍ନିକଟ ବେଲେଶ୍ୱର ପାଟଣା ଗ୍ରାମରେ ବେଆଇନ୍ ଭାବେ ସଠିଆ ପାତ୍ର(୩୮) ଦେଶୀମଦ ବିକ୍ରୟ କରୁଥିବା ସମୟରେ ଡେଲାଙ୍ଗ ଥାନା ମହିଳା ଏସ.ଆଇ ଲାଇକା ମହାରଣା ସଦଳବଳେ ଘଟଣା ସ୍ଥଳରେ ପହଂଂଚି ୭୫ ବୋତଲ ଦେଶୀ ମଦ ଜବତ କରି ସଠିଆକୁ ଗିରଫ କରିଥିଲେ ।ଏହି ସମୟରେ ସଠିଆ ଓ ସ୍ତ୍ରୀ ଲଳିତା ପାତ୍ର (୩୫) ମହିଳା ପୋଲିସ ଏସ.ଆଇଙ୍କୁ ର୍ଦୁବ୍ୟବହାର କରିବା ସହିତ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ପୋଲିସ ଅନେକ ସମୟ ପରେ ୨ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ୧୯/୨୦ ମାମଲା ରୁଜୁକରି ୨ ଜଣକୁ କୁ ଗିରଫ କରି କୋର୍ଟ ଚାଲଣ ହୋଇଥିବା ଡେଲାଙ୍ଗ ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.