ଚୈାଦ୍ୱାରରେ ଚନ୍ଦକାହାତୀ,ଚିନ୍ତାରେ ଚାଷୀ

0 344

ଚୈାଦ୍ୱାର,୧୪/୧୨(ଏସ୍‌ଏସ୍‌ନିୟୁଜ)ଗତ ତିନିଦିନ ହେବ ଚୈାଦ୍ୱାର ଅଂଚଳରେ ମାତିଛି ଦନ୍ତାହାତୀ । କେବଳ ଦନ୍ତା ନୁହେଁ ଚନ୍ଦକାଜଙ୍ଗଲର ଏକ ହାତୀପଲ୍ଲ ଙ୍କ ଉପ୍ତାତ ମଧ୍ୟ ଆରମ୍ଭ ହୋଇଯାଇଛି ।ସନ୍ଧ୍ୟାହେବାମାତ୍ରେ ଏହି ହତୀ ପଲ୍ଲ ନିକଟସ୍ଥ ବରମପୁର କାଜୁବଗିଚାରୁ ବାହାରି ଧାନବିଲରେ ପଶି ଧାନଫସଲ ଖାଇବା ସହ ଦଳିମକଚି ବ୍ୟାପକ ନଷ୍ଟ କରୁଛନ୍ତି ।ବଢିଭାରେ ସମୟରେ ଧାନବିଲରୁ ବାହାରୁଥିବାବେଳେ ପଥଚାରୀମାନଙ୍କ ପାଇଁ ବିପଦର କାରଣ ପାଲଟୁଛନ୍ତି ।ହାତୀ ପଲ୍ଲ କେବଳ ଚାଷୀନୁହେଁ ସାଧରାଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ।ଏକ ୩୦ଟିକିଆ ହାତୀ ପଲ୍ଲ ଚନ୍ଦକା-ଡମପଡା ଅଭୟାରଣ୍ୟରୁ ଆସି ଉପ୍ତାତ ଚୈାଦ୍ୱାର ଅଂଚଳରେ ଆରମ୍ଭ କରିଛନ୍ତି ।ଏହି ହାତୀପଲ୍ଲରେ ଥିବା ଗୋଟିକିଆ ଦନ୍ତା ଦିନରେ ମଧ୍ୟ ରାସ୍ତା ଘାଟରେ ବୁଲୁଥିବାରୁ ଲୋକମାନଙ୍କର ଭୟର ପରିମାଣ ବଢିଯାଇଛି ।ବନବିଭାଗ କର୍ମଚାରୀମାନେ ହାତୀକୁ ଜଜ୍ଞିବା ସହ ଘଉଡାଉଥିଲେ ମଧ୍ୟ ବିଳମ୍ଭିତ ରାତିରେ ଧାନଫସଲ ଖାଉଛନ୍ତି । ଏହି ହାତୀପଲ୍ଲ ବରମପୁର, ବେଲଦା,ମଙ୍ଗଳପୁର ,ଆଗ୍ରାହାଟ, ପୁରୋହିତ ପୁର, ଶଙ୍କରପୁର,କମଙ୍ଗ ଆଦି ଗ୍ରାମବାସୀମାନଙ୍କ ଚାଷଜମିରେ ପଶି ବ୍ୟାପକ ଧାନଫସଲ ନଷ୍ଟ କରିସାରିଲେଣି ।ରବିବାର ରାତିରେ ଗର୍ନ୍ଧବ ନାୟକ, ଭଗବାନନାୟକ, କୁମାରଚରଣନାୟକ, ବିକାଶଚନ୍ଦ୍ରନାୟକ, ଭାଗବତଜେନା ଆଦି ଚାଷୀଙ୍କର ପ୍ରାୟ ୫ଏଳରରୁ ଉର୍ଦ୍ଧ ପାଚେଲାଧାନ ଖାଇଦଳିମକଚି ନଷ୍ଟ କରିଛନ୍ତି ।ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ହାତୀ ଭୟରେ ନଷ୍ଟ ପଛେ ହେଉ ବାଧ୍ୟହୋଇ ମେସିନ ଲଗାଇ ପାଚେଲା ଧାନ କାଟିବାକୁ ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି ।(ଚୈାଦ୍ୱାରରୁ ଶ୍ରିକାନ୍ତଜେନାଙ୍କ ରିପୋର୍ଟ) ।

 

Leave A Reply

Your email address will not be published.