କଣ୍ଟେନମେଣ୍ଟ ଅଞ୍ଚଳ ସାନିଟାଇଯେସନ୍ ହେଲା

0 286

ବାରଙ୍ଗ,୮/୭(ଏସ୍‌ଏସ୍‌ନିୟୁଜ) କୁଂହେଇପଡା ପଞ୍ଚାୟତରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ପରେ ସଂପୃକ୍ତ ସଂକ୍ରମିତ ଅଞ୍ଚଳଟିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି।ଏହି ପରିପ୍ରେକ୍ଷୀରେ ପ୍ରତିକାର  ସ୍ୱରୂପ ଆଞ୍ଚଳିକ ଶାନ୍ତି କମିଟି ବାରଙ୍ଗ ଓ ପ୍ରଶାସନ ର ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳକୁ ସାନିଟାଇଯେସନ୍ କରାଯାଇଛି।ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ତଥା ଯୁବ ରେଡକ୍ରସ୍ ର ସଂଯଯୋକ ସୁରେଶ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାରଙ୍ଗ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ଦ୍ଵାରା ସଂକ୍ରମିତ ଆବାସ ସହିତ କୁଂହେଇପଡା ଠାରୁ ତ୍ରିସୁଳିଆ ଓ ଅସ୍ଥାୟୀ ରାମେଶ୍ବର ମାର୍କେଟ କମ୍ପ୍ଲେକ୍ସ ସବୁକୁ ପୂର୍ଣ୍ଣ ଭାବରେ ସାନିଟାଇଯେସନ୍ କରାଯାଇଛି । ପୁନଶ୍ଚ ଶାନ୍ତି କମିଟି ତରଫରୁ ସମସ୍ତ ଦୋକାନୀ ଭାଇ ତଥା ଜନ ସାଧାରଣ ଙ୍କୁ ସଚେତନତା ସ୍ୱରୂପ ସାମାଜିକ ଦୁରତ୍ଵ, ମାସ୍କ୍ ବ୍ୟବହାର କରିବା,ବାରମ୍ବାର ହାତକୁ ଧୋଇବା ଏବଂ ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।ଆବଶ୍ୟକ ସ୍ଥଳେ ପଡୋଶୀ ଅଞ୍ଚଳକୁ ମଧ୍ୟ ସାନିଟାଇଯେସନ୍ କରାଯିବ ବୋଲି ଏସ.ଓ ରାଜକିଶୋର ଜେନା ପ୍ରକାଶ କରିଛନ୍ତି।(ବାରଙ୍ଗରୁ ଗୈାତମ ରାଉତ ଙ୍କ ରିପୋର୍ଟ)

 

Leave A Reply

Your email address will not be published.