କରୋଣା ଠୁ ବଳିପଡୁଛି ଭୋକ ର ଭୟ!

0 1,132

ଭୁବନେଶ୍ବର :୨୧/୩(ଏସଏସଏନ୍) କଣ କରିବି ବାବୁ । ମୁଁ ନିଜେତ ଚିନ୍ତା କରିପାରୁନି । କଣ କରିବି କଣ ନାଇଁ । କେମିତି ଚଳିବ ଘର ମୋ ସଂସାର । ଯାହା ଥିଲା ଚାଉଳ , ପନିପରିବା ସରିବାକୁ ବସିଲାଣି । ଆଉ ଅଣ୍ଟାରୁ ଟଙ୍କା ବି ସରିସରି ଯାଉଛି । ଆଜ୍ଞା ଆମେ ଗରିବ ଲୋକ ,ଖଟିଲେ ଖାଇବୁ ନ ହେଲେ ନାହିଁ । ବାବୁ ରେ ମୁଣ୍ଡରେ କିଛି ପଶୁନି । ଏ କି କରୋନା ରୋଗ ହେଲାରେ ମା , ଘରୁ ବାହାରି ହେଉନି । ଲୋକ ଲୋକ ଠୁ ବିସାଦ ଦୂରରେ କଥା ହେଉଛନ୍ତି ।ଆଉ କିଏ ବା କାମ ଦେଉଛି । ଆଉ କାମ ନହେଲା ଠୁ ଘରେ ଖାଇବାକୁ ନାହିଁ ।ଯାହା ଥିଲା ସରିବାକୁ ବସିଲାଣି । ଏଭଳି ଖରାରେ କମ୍ ପଇସା ରେ ଖଟିବାକୁ ରାଜି ଥିଲେ ମଧ୍ୟ କାମ ମିଳୁନି । କାମ ନପାଇ ନିରାଶ ହୋଇ ଘରକୁ ଫେରୁଛୁ । କରୋନା ଆଗରୁ ଭୋକ ଉପାସରେ ହିଁ ମରିବି । ଏ କଥା ଆମେ କହୁନୁ , ଏ ଥିଲା ଜଣେ ଶ୍ରମିକ ମନର କୋହଭରା କଥା ।
କରୋନା ଏବେ ବିଶ୍ବରେ ଆତଙ୍କ ରଚିଛି । ସମସ୍ତଙ୍କ ଉପରେ ପ୍ରଭାବ ପକେଇଛି । ଗୋଟିଏ ସପ୍ତାହ ଧରି କରୋନା ଭୟଭ୍ରାନ୍ତି ଯୋଗୁଁ ସାଧାରଣ ଲୋକେ କାମ ବନ୍ଦ କରିଥିବାରୁ ଶ୍ରମିକମାନେ ପ୍ରତି ଛକରେ ଅପେକ୍ଷ କରି କାମ ନ ପାଇ ଘରକୁ ଫେରୁଛନ୍ତି । ଆମେ ଯେତେବେଳେ ରାସ୍ତାରେ ଜଣେ ଦିନ ମଜୁରିଆ ସହିତ କଥା ହେଲୁ ,ସେ ନିଜର ମନର କଥା ବଖାଣିଛନ୍ତି । କଥା କହିବା ଆଗରୁ କାନ୍ଦ କାନ୍ଦ ହେଇଯାଉଥିଲା ଶ୍ରମିକ ଜଣକ । କାହିଁକି ନା ସେ କରୋନା କୁ ଭୟ କରୁନଥିଲା ।ଭୟ କରୁଥିଲା ପେଟର ଭୋକ କୁ । ଆଗରୁ ଯାହା କାମ କରୁଥିଲା ସେ ସବୁ ସରିଲାଣି ।
ରାଜଧାନୀର ବସ୍ତି ଅଞ୍ଚଳ ଓ ଆଖପାଖ ଗାଁର ବହୁ ଶ୍ରମିକ ପ୍ରତିଦିନ ରାଜଧାନୀକୁ କାମ କରିବାକୁ ଆସିଥାନ୍ତି । କିଏ ରାଜମିନ୍ତ୍ରୀ କାମ କରେ ତ ଆଉ କିଏ କିଏ ହୋଟେଲ ରେ କାମ କରିଥାନ୍ତି ।ଦୈନଦିନ କାମ କରି ସଂନ୍ଦ୍ୟା ବେଳକୁ ୩୦୦ ଟଙ୍କା ହେଉ ଅଧିକ ହେଲେ ୫୦୦ ଟଙ୍କା ନେଇ ଘରକୁ ଫେରନ୍ତି । ସେତିକି ଟଙ୍କାରେ ନିଜର ପରିବାରର ଗୁଜୁରାଣ ମେଣ୍ଟାନ୍ତି । କରୋନା ଭାଇରସ୍ ପାଇଁ ହୋଟେଲ ବାର୍ ସବୁ ବନ୍ଦ ହୋଇଥିବା ବେଳେ ସାଧାରଣ ମଧ୍ୟ କାମ ବନ୍ଦ କଲେଣି । ଦିନ ମଜୁରିଆ ଶ୍ରମିକମାନେ କାମ ପାଉନାହାନ୍ତି । ଯାହା ଟଙ୍କା ଥିଲା ସବୁ ସରିଲାଣି ।ପରିବାର କିପରି ଚଳାଇବେ ସେମାନଙ୍କ ଚିନ୍ତା ବଢିଯାଇଛି । କଣ ଖାଇବେ ,କେମିତି ବଞ୍ଚିବେ । ଖାଇବା ପାଇଁ ପଇସା ନଥିବା ବେଳେ କରୋନା ଭାଇରସ୍ ଠୁ ବଞ୍ଚିବା ପାଇଁ କେମିତି ଆଣିବେ ସାବୁନ ଓ ସାନିଟାରାଇଜ୍ । କରୋନା ପୁର୍ବରୁ ଭୋକଉପାଷରେ ଆଖିବୁଜିବୁ ବୋଲି ଭୟବିତ ଅବସ୍ଥାରେ ଶ୍ରମିକମାନେ ।

ବର୍ତ୍ତମାନ ବିଶ୍ବରେ ବ୍ୟାପିଯାଇଛି କରୋନା । ଆଉ ସଂର୍ଘସ କରୁଛନ୍ତି ସମସ୍ତେ । ଏଇ ସଂର୍ଘସ ଭିତରେ କିଏ ହାରିବ ତ ଆଉ କିଏ ଜିତିବ । କିନ୍ତୁ କେବେ ବିଜୟ ହେବ ତାକୁ ସମସ୍ତେ ଅପେକ୍ଷା କରି ଚାହିଁବସିଛନ୍ତି ।ତେବେ ଏହି ବିଜୟ ଭିତରେ ବଳି ପଡିଯିବନି ତ ଅନ୍ୟମାନେ । ନା ଏହି ବିଜୟ ଭିତରେ ଆମମାନଙ୍କୁ ବହୁ ପଛକୁ ନେଇଯିବନି ତ । ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କିମାରୁଛି ।

Leave A Reply

Your email address will not be published.