କଟକକୁ ଆସିଲେ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ,କାଲିଠୁ ଆଣ୍ଟିଜେନ୍ ଟେଷ୍ଟ

0 191

କଟକ,୬/୭(ଏସ୍‌ଏସ୍‌ନିୟୁଜ)କଟକ ସହରକୁ ବାହାରୁ କେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଛି। କେବଳ କଟକ ନୁହେଁ ୫ଟି ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟିନ୍ରେ ରହିବାକୁ ହେବ। ସେହିଭଳି କଟକର ନିଶ୍ଜିନ୍ତକୋଇଲି, ନରସିଂହପୁର, ମହାଙ୍ଗା, ବଡ଼ମ୍ବା ଓ ତିଗିରିଆ। ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଏନେଇ CMC  ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯିବା ସହ ତତ୍କାଳ ଲାଗୁ କରିବା ପାଇଁ CMC ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଗନ୍ତୁକଙ୍କ ପାଖରେ ହୋମ୍ କ୍ୱାରେଣ୍ଟିନ୍ ସୁବିଧା ନଥିଲେ ସେ ସରକାରୀ କ୍ୱାରେଣ୍ଟିନ୍ରେ ରହିପାରିବେ ବୋଲି କୁହାଯାଇଛି।କଟକ ସହରରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋବାପରେ ସେମାନଙ୍କ ମଧ୍ୟରେ ୩୮ଜଣଙ୍କ ଆଚାର‌୍ୟ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍ ରହିଛି, ୪୬ ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୨୮ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି।ଅଦ୍ୟାବଧି କଟକCMC  ଅଧିନରେ ଥିବା ଅଂଚଳରେ ୧୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି ଓ ୧୬୬ଜଣ ଚିକିସ୍‌ଧିନ ଥିବାର ଜଣାପଡିଛି । କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତାକାଲିଠୁ କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ ।ଏହାସହ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ କରୋନା ଟେଷ୍ଟ ପରେ ହିଁ ନୂଆ ରୋଗୀଙ୍କୁ ଏସସିବି ଓ ଆଚାର୍ଯ୍ୟ  ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ ବୋଲି ସିଏମସି କମିଶନର ଏହି ନିର୍ଦ୍ଦେଶନାମାରେ କହିଛନ୍ତି ।

Leave A Reply

Your email address will not be published.