ଡକାୟତି ଯୋଜନା ପଣ୍ଡ ,ପୋଲିସ ହାତରେ ଧରାପଡିଲେ ୫ଡକାୟତ

0 519

ଭୁବନେଶ୍ୱର,୯/୬(ଏସ୍‌ଏସ୍‌ନିୟୁଜ) କମିଶନରେଟପୋଲିସ ସୁନ୍ଦରପଦା ନିକଟସ୍ଥ ହାଇଟେକ ପ୍ଲାଜା ଅଂଚଳରେ ଡକାୟତ ପାଇଁ ଯୋଜନା କରୁ ଥିବା ବେଳେ ୫ଜଣ ଡକାୟତ ଧରାପଡିଛନ୍ତି ।ସୁନ୍ଦରପଡା,ପଂଚୁପଲ୍ଲି ଗ୍ରାମର ଗିରଫ ହୋଇଥିବା ଏହି ଡକାୟତମାନଙ୍କଠାରୁ ୨ଟି ବନ୍ଧୁକ, ୨ ରାଉନ୍‌ଡଗୁଳି, ୩ଖଣ୍ଡା,ଭୁଜାଲି,ଲଙ୍କାଗୁଣ୍ଡ ଆଦିକୁ ପୋଲିସ ଜବତ କରିଛି ।ଏମାନଙ୍କ ନାମରେ ୨୫ରୁ ଉର୍ଦ୍ଧ ଲୁଟ,ହତ୍ୟା,ଅପହରଣ,ଡକାୟତି ଆଦି ଅପରାଧିକ କାର୍ଯ୍ୟ ରେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି । ଗିରଫ ୫ଡକାୟତମାନଙ୍କୁ ବୁଧବାରଦିନ କୋର୍ଟଚାଳନ କରାଯିବାବୋଲି ଏୟାରଫିଲ୍ଡ ଥାନା ଅଧିକାରୀ ଜ୍ଞାନସାହୁ କହିଛନ୍ତି ।

Leave A Reply

Your email address will not be published.