ଡକାୟତି ଯୋଜନା ପଣ୍ଡ କଲା ଡେଲାଙ୍ଗ ପୋଲିସ

0 272

ଡେଲାଙ୍ଗ୧୬/୧୧(ଏସଏସନିୟୁଜ) ପୋଲିସ ପେଟ୍ରୋଲିଂ ବେଳେ ଏକ ଡକାୟତି କରିବାକୁ ଯୋଜନା କରୁଥିବା ଯୁବକମାନଙ୍କୁ ଧରିବା ସହ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି । କିନ୍ତୁ ଏହାପୁର୍ବରୁ ପୋଲିସକୁ କସରତ କରିବାକୁ ପଡିଥିଲା । ଧରାଦେବାପୁର୍ବରୁ ପୋଲିସ ଉପରକୁ ଏହି ଯୁବକମାନେ ବୋମାମାଡ କରିଥିଲେ । ଶେଷରେ ୫ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା ।ଏହିଭିଳି ଘଟଣା ଘଟିଛି ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ।
ଘଟଣାରୁ ପ୍ରକାସ ଯେ,ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ଡେଲାଙ୍ଗ ପୋଲିସ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଥାନା ଅଧିକାରୀ ରଶ୍ମିରଞନ ପଟ୍ଟନାୟକଙ୍କୁ ପାଖକୁ ଡକାୟତି କରିବାପାଇଁ କେତେଜଣ ଯୁବକ ଯୋଜନା କରୁଥିବାର ସୁଚନା ଆସିଥିଲା ।ଏହାପରେ ସଦଳବଳେ ପୋଲିସ ଏହି ଗ୍ୟାଙ୍ଗ ଉପରେ ଚଢାଉକରିଥିଲେ ।ଯୁବକମାନେ ପୋଲିସକୁ ଦେଖି ବୋମାମାଡ ଆରମ୍ଭ କରି ଖସିବାକୁ ଉଦ୍ୟମ କରିଥିଲେ ।କିନ୍ତୁ ପୋଲିସ ସେମାନଙ୍କୁ ଚାରିପଟୁ ଘେରିଯାଇ ଧରିବାରେ ସକ୍ଷମ ହୋଇଥିଲା ।ସେମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ରାଜୁ ଓରଫ ବାସିରୁଲା ଖାନ, ମୁକ୍ତାର ଖାନ, ମୁଜାହିଦ ଖାନ, ସକବତୀ ଖାନଙ୍କ ସହିତ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ବୁଟୁନା ଓରଫ ସୁନିଲ ଜେନାଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ହାମର, ଲୁହାରଡ, ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ, ଦୁଇଟି ଟର୍ଚ୍ଚ, ୩ଟି ମଟର ସାଇକେଲ ଓ ୨ଟି ଅଫୁଟା ବୋମା ପୋଲିସ ଜବତ କରିବା ସହ ୨୦୧/୨୦କେଶନଂରେ ଏକ ମକଦ୍ଦମା ରୁଜୁକରିଛି ।ତେବେ ଏହି ଯୁବକମାନଙ୍କ ନାମରେ ବିଭିର୍ଣ ଥାନାରେ ଏକାଧିକ କେଶ ଥିବାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

Leave A Reply

Your email address will not be published.