ଆଜି ରାତିର ଗପ-କୁନି ଭୂତୁଣୀ
ଏହି କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ । କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ । ଯେଉଁ କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍ ।
ଗୋଟିଏ ଜଙ୍ଗଲରେ ଖାଲି ଭୂତ ପିଶାଚମାନେ ରହୁଥାନ୍ତି । ସେମାନଙ୍କ ମଧ୍ୟରେ କୁନି ଭୂତୁଣୀଟିଏ ବି ଥାଏ । ଥରେ ତା,ର ଦୁଷ୍ଟାମୀ ଯୋଗୁଁ ତ.ମା ତାକୁ ଖୁବ୍ ଗାଳି ଦେବାରୁ ସେ ରାଗିଯାଇ ନିଜର ମାକୁ ଛାଡି ଗୋଟିଏ ଗାଁକୁ ଚାଲିଆସିଲା । ଗାଁମୁଣ୍ଡରେ ଥିବା ଗୋଟିଏ ଘରପାଖ ନିମଗଛରେ ଆସି ରହିଲା ଯେଊଁଠି ଏହି ଭୁତୁଣୀ ରହିଲା,ସେହି ଘରର ମାଲିକ ଜଣେ ଚାଷୀ,ତାଙ୍କ ନାମ ଭରତ । ତାଙ୍କର ତିନିଝିଅ,ସ୍ତ୍ରୀକୁ ନେଇ ଛୋଟିଆ ସଂସାର । ରୋଜଗାର କହିଲେ ଚାଷକରି ଯାହା ଉପାର୍ଜନ ହୁଏ, ସେଥିରେ ଛୋଟିଆ ପରିବାର ଦୁଃଖକଷ୍ଟରେ ଚଳିଯାଆନ୍ତି । ଧାରକରଜ କରି ବଡଝିଅର ବାହାଘର ଭରତ କରିଦେଇଛନ୍ତି ।କିନ୍ତୁ ଶାଶୁଘର ଲୋକଙ୍କୁ ଯୈାତୁକ ନିଶା ଘାରିଛି । ଲୋଭଗ୍ରସ୍ଥ ହୋଇ ରାଣିକୁ ବାରମ୍ବାର ବାପଘରକୁ ପଠାଇଦେଇଥାନ୍ତି ।ଯାହା ଭରତ ପାଇଁ ଚିନ୍ତାର କାରଣ ସାଜିଥିଲା ।ଗୋଟେପଟେ ବିବାଘର ସମୟରେ କରିଥିବା କରଜ ସୁଜା ହୋଇନଥିବାବେଲେ ଅନ୍ୟପଟେ ଆଉ ଦୁଇଟି ଝିଅଙ୍କ ବାହାଘର କୁ ନେଇ ବେଶ ଚିନ୍ତିତ ଥିଲେ ଭରତ ।ଝିଅ ବାହାଘରରେ ବନ୍ଧକ ପଡିଥିବା ଚାଷଜମି ମୁକୁଳିପାରିନାହିଁ । ଏଣେ ରାଣି ବି ତାର ଶାଶୁଘରକୁ ଯାଇପାରୁନାହି ।ତେଣୁ ସେ ବାଧ୍ୟ ହୋଇ ଘରବାଡି ସବୁ ବିକ୍ରି କରି ରାଣିକୁ ଶାଶୁ ଘରକୁ ପଠାଇବାକୁ ପ୍ରସ୍ତୁତ ହେଲେ ଭରତ।ବାପାଙ୍କର ଘରବାଡି ବିକ୍ରି କଥାକୁ ରାଣି ଆଦୌ ଗ୍ରହଣ କରିପାରୁନଥିଲା । ସେ କହିଲା, “ବାପା, ତୁମେ ଯେତେ ଯୈାତୁକ ଦେଲେ ମଧ୍ୟ ମୋର ଶାଶୁଘର ଲୋକଙ୍କ ଭିତରେ ପଇସାର ଯେଉଁ ତୀବ୍ର ଲାଳସା ତାହା ତ କେବେ ହେଲେ ବି ଯିବନାହିଁ । ତୁମେ ତୁମ ଘର ବିକିଲେ ରହିବ ବା କେଉଁଠି? ଦୁଇଜଣ ଭଉଣୀଙ୍କୁ କିପରି ବିଭା ଦେବ? ତେଣୁ ସବୁଠାରୁ ଭଲ କାର୍ଯ୍ୟ ହେବ ଯଦି ତମେ ମୋ ଶଶୁର ଘର ଲୋକଙ୍କୁ ପୁରା ଭୂଲିଯାଇ ମୋତେ ଏଠାରେ ରହିବାକୁ ଦେବ । ଏହା ଶୁଣି ଭରତ କହିଲେ “ନା ଝିଅ, ତୁ ଏପରି କହନା । ତୁ ଯଦି ତୋ ଶାଶୁ ଘରକୁ ନ ଯାଇ ଏଠାରେ ରହିଯିବୁ, ତେବେ ଆମେ ବଦନାମ୍ ହେବା ସହ ତୋର ଭଉଣୀମାନଙ୍କୁ ଆଉ କେହି ବି ବିବାହ କରିବେ ନାହିଁ ।
ଏକଥା ଶୁଣି ସାନଝିଅ କହିଲା, “ବାପା, ଦିଦି ତ ବାହା ହୋଇ ଯେଉଁ ସୁଖ ପାଇଲା ତା’ ତ ଆମେ ଭଲ ଭାବେ ଦେଖୁଛୁ ।ଆମେମାନେ ବି ବିବାହ କରିବାକୁ ଚାହୁଁନାହୁଁ । ଆପଣଙ୍କର ବୃଦ୍ଧାବସ୍ଥାରେ ଆମେ ଆପଣଙ୍କର ସେବା କରିବୁ ।ଆପଣ ଆମଦୁହଁଙ୍କ ବିବାହ କଥା ମନରୁ ପୋଛି ଦିଅନ୍ତୁ ।
ସମସ୍ତଙ୍କ କଥା ଶୁଣି ଭରତ ଭୀଷଣ ଭାବେ ରାଗିଯାଇ କହିଲେ, ମୁଁ ଯାହା କହୁଛି ତୁମେମାନେ ତାହା କର । ମୁଁ ଏବେ ଘର ବିକ୍ରି କରି ତୁମ ମାନଙ୍କୁ ତୁମମାନଙ୍କର ଭାଗ ଦେଇ ଦେବି । ରାଣି ତା’ ଅଂଶ ନେଇ ଶାଶୁ ଘରକୁ ଯାଉ, ଆଉସୁଖ ଶାନ୍ତିରେ ରହୁ । ଏକଥା ଶୁଣି ରାଣି ସିନା ବାପା ମୁହଁ ଉପରେ କିଛି ବି କହି ପାରିଲା ନାହିଁ କିନ୍ତୁ ରାତିରେ ସେ ନିଶ୍ଚିନ୍ତ ଭାବେ ଶୋଇ ବି ପାରିଲା ନାହିଁ । ସେ ବାପାଙ୍କ କଥାକୁ ଭାବି ଲାଗିଲା ,ଯେ ସବୁ ସମ୍ପତ୍ତି ସେ ନେଇଗଲେ ତା’ ବାପା ଓ ଦୁଇଭଉଣୀ ବଡ କଷ୍ଟରେ ଚଳିବେ । ତେଣୁ ସବୁଠାରୁ ଭଲ ହେବ ଯେ ମୁଁ ଯାଇ ଆତ୍ମହତ୍ୟା କରିବି ।
ଘର ପଛପଟରେ ନିମ ଗଛଟିଏ ଥିଲା ଓ ତା’ତଳେ କୂଅ । ସେ ଭାବିଲା ସେଇଥିରେ ସେ ଯାଇ ଆତ୍ମହତ୍ୟା କରିବ । ତେଣୁ ଏପରି ଭାବି ସେ କୂଅ ପାଖକୁ ଆସିଲା । କୁନି ଭୂତୁଣୀଟି ନିମ ଗଛ ଉପରୁ ତଳକୁ ଡେଇଁ ପଡିଲା । କୁନି ଭୂତୁଣୀଟିକୁ ଦେଖି ତ ରାଣି ଡରରେ ଚିତ୍କାର କରି ଘର ଆଡକୁ ଦୌଡିଲା । ତା’ପାଟି ଶୁଣି ସମସ୍ତେ ଉଠି ପଡିଲେ । ଏଣେ ଲକ୍ଷ୍ମୀ ବି ଛାନିଆରେ ବେହୋସ । ସେ ଖାଲି ଏତିକି କହିଲା, “ପଛପଟ ଗଛରେ ଭୂତ ଅଛି
ଆମ ଘରର ପଛପଟେ ପୁଣି ଭୂତ? ରହ, ମୁଁ ଯାଇ ଦେଖୁଛି ।ଏହା କହି ଭରତ ପଛପଟକୁ ଗଲେ । ଭରତକୁ ଦେଖି କୁନି ଭୂତୁଣୀଟି ତାଙ୍କ ଆଗକୁ ଗକ୍ତରୁ ଡେଇଁପଡିଲା । ଭରତ ତିଳେ ହେଲେ ବି ନଡରି ପଚାରିଲେ, “କ’ଣ ତୁ ଏକେଲା ନା ତୋ ସହିତ ଆହୁରି ବି କେହି ଅଛନ୍ତି?ଭରତ ନ ଡରିବାରୁ ଭୂତଟି ଖୁବ୍ ଆଶ୍ଚର୍ଯ୍ୟ ହେଲା । ତା’ପରେ ସେ କୁନି ଭୂତୁଣୀଟି ଭରତକୁ ନିଜର ସମସ୍ତ କାହାଣୀ ଶୁଣାଇଲା । ସବୁକଥା ଶୁଣି ଲକ୍ଷ୍ମଣ କହିଲା, “ତୁ ଯାହା କରିଛୁ ଆଦୌ ଠିକ୍ କରିନାହୁଁ । ମା’ର ସ୍ନେହ ଠାରୁ ବଳି ବଡ ଜିନିଷ ଏ ଦୁନିଆରେ ଆଉ କ’ଣ କିଛି ଅଛି? ତୋ ମା ତୋତେ ନପାଇ ବଡ କଷ୍ଟ ପାଉଥିବା,ତେଣୁ ତୁ ତୋ ମା ପାଖକୁ ଫେରିଯା । ଭରତର କଥାରେ ବେଶ୍ ପ୍ରଭାବିତ ହୋଇ କୁନି ଭୂତୁଣୀଟି ତା’ମା ନିକଟକୁ ଚାଲିଗଲା ଓ ମା’କୁ ସବୁକଥା କହିଲା ।ସବୁ ଶୁଣି ମା’ କହିଲା, “ଆଚ୍ଛା ତାହେଲେ ତ ସେ ବଡ ଭଲ ଲୋକ । ମୁଁ ଯାଉଛି ତାଙ୍କ କାମ ପାଇଁ ପୁରସ୍କାର ସ୍ୱରୂପ ତାଙ୍କୁ କିଛି ସୁନାମୋହର ଦେଇ ଆସେ ।
ତା’ପରେ ସେ ତା’ ଝିଅ ଓ ମୋହରକୁ ନେଇ ଭରତ ପାଖକୁ ଗଲା । ସେଠାରେ ପହଁଚି ସେମାନେ ଦେଖିଲେ ଯେ, ଭରତ ତା’ନିଜ ଝିଅକୁ ଗାଳି ଦେଇ କହୁଛି, “ଜୀବିତ ଅବସ୍ଥାରେ ମଣିଷ ଧର୍ମକର୍ମ କରେ । ମାତ୍ର ମରିଗଲେ ନୁହେଁ ଆତ୍ମହତ୍ୟା ତ ପୁଣି ମହାପାପ ।ତା’ପରେ ମା’ଭୂତ ଅନେକ ସୁନାମୋହର ଥିବା ଏକ ଥଳୀ ଭରତର ହାତରେ ନେଇ ଦେବାରୁ, ଭରତ ଆଶ୍ଚର୍ଯ୍ୟ ହୋଇ କହିଲା, “ମୁଁ ବରଂ ତୁମକୁ ପୁରସ୍କାର ଦେବା ଉଚିତ୍ । ମୁଁ ତୁମ ପ୍ରତି କୃତଜ୍ଞ । ପୁଣି ଏତେ ପାରିମାଣର ସୁନା?
ଏଣେ କୁନି ଭୂତୁଣୀଟି ତା’ ମାକୁ କହୁଥାଏ ଯେ , ସେ କିଛିଦିନ ଭରତର ଘର ପଛପାଖ ଗଛରେ ରହିବାକୁ ଚାହେଁ । କିନ୍ତୁ ତା’ର ମା’ ରାଗିକି କହିଲା, “ନା ସେପରି ରହିବା ମୋଟେ ଭଲ ନୁହେଁ । କାରଣ ଆମ ଯୋଗୁଁ ଅନେକଙ୍କର ଉପକାର ନ ହୋଇ ଅପକାର ହୁଏ । ସେମାନଙ୍କର ସବୁକଥା ଶୁଣି ଭରତ କହିଲା, “ତୁମ ଝିଅ ଯୋଗୁଁ ତ ମୋ ଝିଅର ଜୀବନ ରହିଲା, ନ ହେଲେ ସେ ଆତ୍ମହତ୍ୟା କରିବାକୁ ଯାଉଥିଲା । ଏହାଶୁଣି ମା’ଭୂତ କହିଲା, “ସିଏ ତ ମୋ ସହିତ କଳିକରି ଏଠାକୁ ପଳାଇ ଆସିଥିଲା । ତା’ ଦ୍ୱାରା ଆପଣଙ୍କର ଯାହାଲାଭ ହେଲା ତାହା ତ ତାର ଅଜାଣତରେ ହିଁ ହେଲା ।
ଭରତ କିଛି ଚିନ୍ତାକରି କହିଲା, “ବରଂ ଭଲ ହେବ ତୁମ ଝିଅ ମୋ ଝିଅ ସହିତ ତା’ ଶାଶୁ ଘରକୁ ଯାଉ । ସେମାନେ ମୋ ଝିଅକୁ କଷ୍ଟ ଦେଲେ, ସେ ସେମାନଙ୍କୁ ଭଲ କରି ପାନେ ଶିକ୍ଷା ଦେବ । ମା’ଭୂତ ଏକଥାରେ ରାଜି ହେଲା । ଏଣେ ସେ କୁନି ଭୂତୁଣୀର ମନ ବି ଖୁବ୍ ଖୁସି ଥାଏ ।
ଏହାପରେ ରାଣି ସେ କୁନି ଭୂତୁଣୀକୁ ନେଇ ତା’ ଶାଶୁଘରକୁ ଗଲା । ଘରୁ ନେଇଥିବା ଅନେକ ଯୌତୁକ ପାଇଁ ସେମାନେ ମାସେ ପର୍ଯ୍ୟନ୍ତ ରାଣି ସହ ଭଲ ବ୍ୟବହାର କଲେ । ତା’ପରେ ପୁଣି ପୂର୍ବ ଅଭ୍ୟାସ ସେମାନଙ୍କର ଫେରି ଆସିଲା, ଅର୍ଥାତ୍ ସେମାନେ ପୁନଶ୍ଚ ରାଣିକୁ ହଇରାଣ ହରକତ କରିବାକୁ ଆରମ୍ଭ କଲେ; କିନ୍ତୁ ସେ କୁନି ଭୂତୁଣୀଟି ଏସବୁ ଦେଖି ସହିପାରିଲାନାହିଁ । ତାଙ୍କ ଘରେ ପଶି ଜିନିଷ ପତ୍ର ଖେଳାଇ ପକାଏ; ଏଠି ସେଠି ଫିଙ୍ଗି ପକାଇବା ଆରମ୍ଭ କରିବାକୁ ଲାଗିଲା ।ଏହିଭଳି ଘଟଣା ରାଣିର ସାଶୁଘର ଲୋକଙ୍କୁ ବ୍ୟଥିତ କରିବା ସହ ସେମାନଙ୍କ ମନରେ ଭୟ ମଧ୍ୟ ଜାଗ୍ରତ ହେଲା । ରାଣି ର ଶାଶୁ ଡରିଯାଇ ଏକଥା ସମସ୍ତିଙ୍କୁ କହିବାକୁ ଆରମ୍ଭ କାରିଥିଲେ । ତାଙ୍କ କଥାଶୁଣି ଜଣେ ପଡୋଶୀ କହିଲା, “ତୁମେ ଯେପରି ତୁମ ବୋହୁକୁ କଷ୍ଟ ଦେଉଛ । ସେପରି କଷ୍ଟ ପାଇଥିବା କୌଣସି ବୋହୁ ମରି କରି ତୁମ ବୋହୁକୁ ସେ ସାହାଯ୍ୟ କରୁଛି ।ଏବେଠାରୁ ତୁମ ବୋହୁକୁ ହଇରାଣକରିବା ବନ୍ଦ କର । ଏହାପରେ ଶାଶୁଙ୍କ ବ୍ୟବହାର ରାଣି ପ୍ରତି ଏକବାରେ ବଦଳି ଯିବା ସହ ରାଣି ଖୁସିରେ ରହିଲା ।
କିଛିଦିନ ପର୍ଯ୍ୟନ୍ତ ଠିକ୍ଠାକ୍ ଚାଲୁଥିବାର ଦେଖିବାପରେ କୁନି ଭୂତୁଣୀଟି ସେଠାରୁ ଫେରିଆସି ଅନ୍ୟଭୂତଙ୍କ ମେଳରେ ତା’ ମା’ ସହିତ ଆସି ରହିଲା ।