ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ଜୋର୍ ଧରିଛି

0 323

ଭୁବନେଶ୍ବର,୧୪/୧୨(ଏସଏସନିୟୁଜ)ପୂର୍ବରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇସାରିଛି । ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ଜୋର୍ ଧରିଛି । ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇପାରୁନଥିବାରୁ ବିଭିନ୍ନ ମନ୍ଦିରର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ସମସ୍ତଙ୍କ ଭାବାବେଗକୁ ନଜରରେ ରଖି ଅନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ବି ଖୋଲିବା ଦରକାର ବୋଲି ଦାବି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଗାଇଡ୍ ଲାଇନ୍ ପାଳନ କରାଯାଇ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ପୂଜକମାନେ କହିଛନ୍ତି। ଅନ୍ୟପଟ ରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡିଛନ୍ତି । ନିଜ ଜିଲ୍ଲାରେ କୋଭିଡ୍ ସ୍ଥିତି ଦେଖି ସେମାନେ ମନ୍ଦିର ଖୋଲିବା ସଂପର୍କରେ ନିଷ୍ପତ୍ତି ନେବେ ।

 

Leave A Reply

Your email address will not be published.