ଦୋକାନରେ ନିଆଁ ଲଗେଇଦେଲେ

0 324

ଭୁବନେଶ୍ବର:୭/୧୨- ମୋ ଦୋକାନରେ କିଏ ନିଆଁ ଲଗେଇଦେଇଛି । କାଲି ୫ହଜାର ଟଙ୍କାର ଜିନିଷ ଦୋକାନରେ ଭର୍ତ୍ତି କରିଥିଲି । ମୁ ଆଜ୍ଞା ଗରିବ ଲୋକ। କେମିକି ଚଳିବି । ଏହି ଦୋକାନ ଖଣ୍ଡିଏ ମୋର ଏକମାତ୍ରା ସାହା ଭରଷା । ମୁଁ ରୋଗି ଲୋକ ବି ,  ଆଉ କିଛି ବି କରିପାରିବିନି ।କେମିତି ମୋ ପରିବାର ଚଳେଇବି ।  ବାରଙ୍ଗ ବେଣ୍ଟକାରପଡା ଛକ ନିକଟରେ ଦୋକାନ ଦେଇଥିବା ଜଣେ ଦୋକାନି ଏହିଭଳି ଦୁଃଖଭରା କଣ୍ଠରେ  କହିଛନ୍ତି ।  ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟପଡା ଗ୍ରାମର ଶିଶିର ସ୍ବାଇଁ । ଉକ୍ତ ଛକ ନିକଟରେ ତାଙ୍କର ରହିଛି ଛୋଟିଆ ପୁଜା ସାମଗ୍ରି ସହ ପାନ ଦୋକାନ । ଏହି ଦୋକାନରୁ ଯାହା ପଇସା ବହାରେ ଦୁଃଖ ସୁଖେ ପରିବାର ଚଳାନ୍ତି ଶିଶିର । ହେଲେ କେହି ଦୁର୍ବୁତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲଗେଇଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ଅନୁଯାୟୀ  ଶୁକ୍ରବାର ବିଳମ୍ବିତ ରାତିରେ ଶିଶିର ପ୍ରତିଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୨ଘଟିକା ସମୟରେ ଶିଶିର ଶୋଇଥିବା ଅବସ୍ଥାରେ ପାଣ୍ଡି ପିସିଆର କର୍ମଚାରୀ ଶିଶିରକୁ ଡାକି ଦୋକାନ ପୋଡିଯିବା ବିଷୟରେ କହିଥିଲେ । ଏହି ଘଟଣା ସୁଣି ଆସି ପିସିଆର କର୍ମଚାରୀଙ୍କ ଉପସ୍ଥିତିରେ ଦେଖିଲା ବେଳକୁ ଦୋକାନ ଆଶିଂକ ଜଳିଯାଇଥିବା ବେଳେ ଦୋକାନର ସବୁ ସଉଦା ପତ୍ର ଜଳି ପାଉଁସ ହୋଇଯାଇଥିଲା । ପାଖାପାଖି ୨୫ହଜାର ଟଙ୍କାର ଜିନିଷ ଜଳି ଯାଇଥିବା ବେଳେ କେହି ଦୁର୍ବୁତ ଦୋକାନରେ ନିଆଁ ଲଗାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏହି ଦୋକାନରେ କେହି ଦୁର୍ବୁତ୍ତ ନିଆଁ ଲଗେଇଛି ନା ବିଦ୍ୟୁତ୍ ସଟ୍ ସରର୍କିଟ ଯୋଗୁ ନିଆଁ ଲାଗିଛି  ସେନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.