ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗିରଫଦାବୀରେଏସଡିପିଓଙ୍କୁ ଦାବୀପତ୍ର

0 471

ଡେଲାଙ୍ଗ,୨୦/୧୨-(ଏସ୍ଏସ୍ ନିକଜ) ପୁରୀଜିଲ୍ଲାର ସତ୍ୟବାଦୀଥାନା ଅର୍ନ୍ତଗତ ଯୁଇଲୁଣ୍ଡା ଗ୍ରାମରଜଣେ ଯୁବତୀକୁ ସେହିଗ୍ରାମର ବିବାହିତ ଯୁବକ ଦିନଦ୍ୱିହିପହରରେ ଅମାନୁଷିକଭାବେ ଗୋଡହାତ ବାନ୍ଧି ବଳକ୍ତାର କରିଛି ।ଏ ସର୍ମ୍ପକରେ ସତ୍ୟବାଦୀଥାନାରେ ଏକ ଅଭିଯୋଗ ହୋଇଥିଲା ।ଅଭିଯୋଗ ପରେ ସତ୍ୟବାଦୀପୋଲିସ ଏକ ମକଦ୍ଦମା ରୁଜୁକରି ହାତବାନ୍ଧି ବସିଛି ।ଅଭିଯୁକ୍ତ ଘଟଣା ଘଟାଇ ଚମ୍ପଟ ମାରିଛି ।

ଏହାକୁ ନେଇ ଡେଲାଙ୍ଗମିଶନଶକ୍ତି ମହିଳାମହାସଂଘର ସମ୍ପାଦିକା ବାସନ୍ତିସାହୁଙ୍କ ନେତୃତ୍ୱରେ ଭାରତୀ ଚମ୍ପତି,ବନିତାଦାସ, ଶୁଭଲକ୍ଷ୍ମୀସ୍ୱାଇଁ ,କବିତାପରିଡା ଓ ସବିତାପରିଡାଙ୍କୁ ନେଇ ଗଠିତ ଏକ ଟିମ ପିପିଲି ଏସଡିପିଓ ଦେବବତ ବରାଳଙ୍କୁ ଭେଟି ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବାପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ଅଭିଯୁକ୍ତ ଗିରଫ ନହେବାପର୍ଯ୍ୟନ୍ତ ପିଡିତାଙ୍କୁ ସୁରକ୍ଷା ଦେବାପାଇଁ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।ଏହିଟିମ୍ ପିଡିତାକୁ ଭେଟି ସମବେଦନା ଜଣାଇବାସହ ତାଙ୍କ ମାଙ୍କ ସହ ଆଲୋଚନା କରି ଫେରିଥିବାର ଜଣାପଡିଛି ।

Leave A Reply

Your email address will not be published.