ଏକାମ୍ରକ୍ଷେତ୍ର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

0 272

ଭୁବନେଶ୍ଵର,୨/୧୨(ଏସଏସନିୟୁଜ)ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଛନ୍ତି,ଏହାସହ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ମହାପଭୁଙ୍କୁ ପ୍ରଣାମ ଜଣାଇ ସେବାୟତ ମାନଙ୍କ ସହି ଆଲୋଚନା କରିଛନ୍ତି ।ବିନ୍ଦୁସାଗର ଠାରୁ ଆରମ୍ଭ ପୁରୁଣା ଭୁବନେଶ୍ବର ସହ ବିନ୍ଦୁସାଗର ର କରାଯାଉଥିବା ବିକାଶ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେବାୟତମାନେ କୃତଜ୍ଞତା ଜଣାଇଥିଲେ । ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ମୁଖ୍ୟମନ୍ତ୍ରୀ ବିନ୍ଦୁସାଗର ମଠଘାଟ ଠାରେ ୫-ଟି କାର୍ଯ୍ୟ କ୍ରମ ଅଧୀନରେ ହେଉଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ ଶ୍ରୀ କିଷନ କୁମାର, ବି.ଏମ୍‌.ସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଙ୍କ ସହ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଷାନ୍ତ ରାଉତ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.