ଏକାଠି ହେଲେ ପାଲା କଳାକାର ,କରିବେ ମହାସଂଘର ମହୋସ୍‌ବ

0 393

ବାରଙ୍ଗ୧୩/୧(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ କଳାରାହଙ୍ଗସ୍ଥିତ ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା ପରିଷଦ ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥପାଲାକଳାକାର ମହାସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ମହାସଂଘର ସଭାପତି ଗାୟକ ନିରଞନସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉପଦେଷ୍ଟା ଗାୟକ ବାଗ୍ମି ନାରାୟଣ ମହାରଣା ମଂଚ ପରିଚାଳନା କରିଥିଲେ ।ସାଂସ୍କୃତିକ ସମ୍ପାଦକ ବିଶ୍ୱଜିତନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣସମ୍ପାଦକ ଦୁଷ୍ମନ୍ତକୁମାରବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଏଥିରେ ମୁଖ୍ୟଅତିଥିଭାବେ କ୍ରିୟା ଯୋଗ ଆଶ୍ରମର ବିଶ୍ୱଗୁରୁ ସ୍ୱାମିଜୀ ଶ୍ରୀଶ୍ରୀ ଶଙ୍କରାନନ୍ଦ ଗିରି,ସମ୍ମାନୀତ ଅତିଥିଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନଗୋ,ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀରମହାନ୍ତି,ମହିମାଧର୍ମ ଗବେଷକ ବାବା ରମେଶ ଦାସ ଅତିଥିଭାବେ ଯୋଗଦାନ କରି ମହାସଂଘର ମହୋସ୍‌ବ ପାଇଁ ନିଷ୍ପତି ନେଇଥିଲେ ।ଏହାସହ ପାଲାକଳାକରାମାନଙ୍କର ବିଭିର୍ଣ ଅଭାବ ଅସୁବିଧା ସହ ସରକାରୀ ସାହାର୍ଯ୍ୟ ପାଇବା ବିଷୟକୁ ନେଇ ଆଲୋଚନା ହୋଇଥିଲା

ଗାୟକ ଉପଦେଷ୍ଟା ତଥା ବରିଷ୍ଟପାଲାଗାୟକ ବନମାଳିପତି,ସୁରେନ୍ଦ୍ର ଛୋଟରାୟ,ସରକାରୀ ଆଇନଜିବୀ କବିପ୍ରସାଦ ଜେନା,ପଲବେନ୍ଦ୍‌ୁରାୟ,ଶାରଳାପାଲାକଳାକାର ପରିଷଦ ସଭାପତି ରବିନାରାୟଣ ପତି ପ୍ରମୁଖ ଯୋଗଦାନ କରି କରିଥିଲେ ।ମହାସଂଘର ଉପସଭାପତି ଗାୟକ ବସନ୍ତମହାରଣା,ଅର୍ଥ ସମ୍ପାଦକ ଶିବଶଙ୍କର ମହାରଣା.ବେଣୁଧର ଷଡଙ୍ଗୀ,ଶରତକୁମାର ଦଳେଇ,ପ୍ରମୋଦକୁମାରଜେନା,ଆନନ୍ଦମିଶ୍ର ,ଉପେନ୍ଦ୍ରନାଥମିଶ୍ରଙ୍କ ସମେତ ଦଶଟି ଜିଲ୍ଲାରୁ ପାଲା କଳାକାରମାନେ ଯୋଗଦାନ କରି ବିଭିର୍ଣ ପ୍ରସ୍ଥାବମାନ ଦେଇଥିଲେ । ।ମହାସଂଘର ନିର୍ଦ୍ଦେଶକ ଅଞନଜେନା ଏବଂ ମାତୃଭୁମି ପବ୍ଲିକ ସ୍କୁଲର ଅଧକ୍ଷ ରାଜେଶ ବେହେରା ମହାସଂଘର ମହୋସ୍‌ବ ପାଇଁ ପ୍ରସ୍ତାବ ଆଗତ କରିଥିଲେ ।ସମାଜ ସେବୀ ସଞୟକୁମାରପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।ଏଥିରେ ରାଜ୍ୟର ଶତାଧିକ ପାଲାଗାୟକ ଓ କଳାକରାମାନେ ମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.