ଏଥର ଘରୋଇ ମାଟିରେ ଖେଳିବ ଓଡିଶା ଏଫ୍ ସି

0 530

ଭୁବନେଶ୍ୱର,,୨୬/୧୨(ଏସ୍ଏସ୍ ନିଉଜ) ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫ୍ ସି ପ୍ରଥମଥରପାଇଁ ହିରୋ ଇଣ୍ଡିଆନଓ ସୁପର ଲିଗ୍ (ଆଇଏସଏଲ)ମ୍ୟାଚ ଖେଳିବାକୁ ଯାଉଛି ।ଆସନ୍ତା ୨୭ତାରିଖ ଶୁକ୍ରବାର ସନ୍ଧ୍ୟା ୭.୩୦ରେ ଘରୋଇ ଓଡିଶା ଏଫସି ଏବଂ ଜାମସେଦପୁର ଏଫସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।ଏଥିପାଇଁ କଳିଙ୍ଗ ଷ୍ଟଡିୟମରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି ।
ଆଇଏସଏଲରେଓଡିଶା ଏଫସି ତାର ପ୍ରଥମ ୯ଟା ମ୍ୟାଚ୍ ଭୁବନେଶ୍ୱର ବାହାରେ ଖେଳିବା ପରେ ପ୍ରଥମଥରପାଇଁ ଘରୋଇମାଟିରେ ଖେଳିବ ।ଘରୋଇ ମାଟିରେ ଖେଳିବାପାଇଁ ଉଭୟ ଖେଳାଳି ଓ ଟିମ କର୍ତୁପକ୍ଷ ବେଶ ଉସ।ହିତ ଥିବାର ଜଣାପଡିଛି ।ଓଡିଶାର ନିଜସ୍ୱ ଆଇଏସ୍ଏଲ୍ ଦଳ ଘରୋଇମାଟିରେ ତାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ।,ଏହା ଆମ ସମସ୍ତଙ୍କୁ ଉସ।ହିତ କରିଛି ।ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମ ସମ୍ପୁର୍ଣଭାବେ ପ୍ରସ୍ତୁତ ରହିଥିବାବେଲେ କ୍ରିଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଘରୋଇଦଳକୁ ଶୁଭକାମନା ଜଣାଇଛନ୍ତି ।ଓଡିଶା ଏଫସିର ମିଡଫିଲ୍ଡର ଭିନିତ ରାଏ ଭଲ ଖେଳିବେ ବୋଲି ଆଶ।ବାଦୀ ଥିବାର କହିଛନ୍ତି । ଓଡିଶା ଏଫସିର ସିଇଓ ଆଶିଷ ସାହ ଓଡିଶାର କ୍ରିଡାପ୍ରେମୀମାନେ ବିପୁଳ ସଂଖ୍ୟାରେମ୍ୟାଚ୍ ଦେଖିବାକୁ ଆସି ଖେଳାଳିମାନଙ୍କୁ ଉସ।ହିତ କରିବେ ବୋଲି ଆଶା ରଖିଛନ୍ତି । ଦର୍ଶକମାନଙ୍କପାଇଁ ପେଟିଏମ୍ଇନସାଇଡରରେ ଅନ୍ ଲାଇନଟିକେଟ ଉପଲବ୍ଧ ଅଛି ।କଳିଙ୍ଗ ଷ୍ଟାଡିୟମର ୪ନଂ ଗେଟ୍ ରେ ଦର୍ଶକମାନେ ମ୍ୟାଚ ଟିକେଟ ପାଇପାରିବାର ନିଷ୍ପତି ହୋଇଛି ।

Leave A Reply

Your email address will not be published.