ଲଗାଇଲେ ସୁଚନା ଫଳକ, ଦେଲେ ଚେତାବନୀ

0 263

ଗଞ୍ଜାମ, ୨୪/୭(ଏସଏସନିୟୁଜ)ମଦ ବନ୍ଦ ପାଇଁ ମହିଳାମାନେ ଦେଲେ ଚେତାବନୀ । ଲଗାଇଲେ ସୁଚନା ଫଳକ ।କହିଲେ ସୁଚନା ଫଳକକୁ ଖାତିରି ନକଲେ ରାଜରାସ୍ତାରେ ବସିବାକୁ ବଧ୍ୟ ହେବୁ ବୋଲି କହିଲେ ।ଏହିଭଳି ଦୃଶ୍ୟ ଆଜିକୋଦଳା ଏନଏସି ଅନ୍ତର୍ଗତ ଦଣ୍ଡିଶ୍ୱର ଛକରେ ଦେଖିବାକୁ ମିଳିଥିଲା ।ଏହି ଅଂଚଳରେ ମଦ ବିକ୍ରି ବଢି ଚାଲୁଥିବାବେଳେ ମଦ ପିଇ ନିଶାଶକ୍ତ ହୋଇ ଘରକୁ ଫେରି ପରିବାର ଅଶାନ୍ତି ସୃଷ୍ଟି କରୁଛନ୍ତି ପୁରୁଷମାନେ ।ଏହାସହ କାମଧନ୍ଧାକୁ ନଯିବାଫଳରେ ପରିବାର ପ୍ରତିପୋଷଣରେ ବାଧକ ସୃଷ୍ଟି ହେଉଛି । ମଦ ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ ନିକଟରେ ମହିଳା ଓ ଜନସାଧାରଣ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ନମିଳିବାରୁ କୋଦଳା ଖରୁଡା ନୂଆଁ ସାହି, ଦଣ୍ଡିଶ୍ୱର ଛକ, ଖଲ୍ଲିକୋଟ ରାସ୍ତା, ଗୋରଜି ସାହିର ଶତାଧିକ ମହିଳାମାନେ ଏହାର ପ୍ରତିବାଦ କରିଛନ୍ତି। ଏହାସହ ଦଣ୍ଡିଶ୍ୱର ଛକରେ ମଦ ବନ୍ଦ କରିବା ପାଇଁ ସୂଚନା ଫଳକ ଲଗାଇ ସମସ୍ତଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏହାପରେ ମଦ ବିକ୍ରି ବନ୍ଦ କରା ନ ଥାଏ ତେବେ ଥାନା ଆଗରେ ଓ ରାଜରାସ୍ତାରେ ବସିବାକୁ ବାଧ୍ୟ ହେବୁବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.