ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ମୌଳିକ ଶିକ୍ଷା ର ଆଲୋଚନା ଚକ୍ର

0 305

ଡେଲାଙ୍ଗ: ୨୨/୧-(ଏସଏସଏନ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବୁଧବାର  ଶିକ୍ଷା ବିଭାଗ ଦ୍ଵାରା ଗାନ୍ଧୀ ଓ ମୌଳିକ ଶିକ୍ଷାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷା ବିଭାଗର ମୁଖ୍ୟ ଡ. ଲକ୍ଷ୍ମୀଧର ପାଇକରାୟ,ଶିକ୍ଷା ବିଭାଗ ଅଧ୍ୟାପକ ତ୍ରିନାଥ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୀବନୀ ଓ ମଣିଷ ସମାଜରେ ଜଣେ ସାଧାରଣ ବ୍ୟକ୍ତି ର ମୌଳିକ ଶିକ୍ଷା ଦିଗରେ ଆଲୋଚନା ହୋଇଥିଲା ।  ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଏହି ପାଠ୍ୟ ଚକ୍ରରେ ଅନୁପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତ୍ୟେକ ପାଠ୍ୟ ଚକ୍ରରେ ଯୋଗଦାନ ଦେବାପାଇଁ ଅଧ୍ୟକ୍ଷ ଡ. ପଣ୍ଡା ଆହ୍ଵାନ ଦେବା ସହିତ ପ୍ରତ୍ୟେକ ପାଠ୍ୟ ଚକ୍ରରେ ଉପସ୍ଥିତ ରହିବା ଦ୍ଵରା ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ଘଟିବ ବୋଲି ମତପ୍ରକାଶ କରିଥିଲେ । ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀ ପରିଡାଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ କାଜଲ ମହାପାତ୍ର, ରୁନୁ ବାଳା ବଳିଆରସିଂ, ଜୟଶ୍ରୀ ମାଝୀ, ମଧୁସ୍ମିତା ସାହୁ, ସୋନି ବାଳା ସ୍ୱାଇଁ, ପାର୍ବତୀ ସେନାପତି, ଲିଲିମା ରାଉତଙ୍କ ଦ୍ଵାରା ପ୍ରସ୍ତୁତ ବିଷୟ ବସ୍ତୁ ଏହି ସେମିନାରରେ ସ୍ଥାନ ପାଇଥିଲା । ଗାନ୍ଧି ଚେତନା, ନୈତିକତା, ମାତୃଭାଷା ମାଧ୍ୟମରେ ଶିକ୍ଷା, ସ୍ୱାବଲମ୍ବୀଶିଳ, ଅହିଂସା, ନିର୍ଭୀକତା, ସତ୍ୟ, ଗାନ୍ଧୀ ନୀତି, ସତ୍ୟାଗ୍ରହ ଓ 1964 ରୁ 1966 ମସିହାରେ କୋଠାରୀ କମିଶନ୍ ମାଧ୍ୟମରେ ବିଦ୍ୟାଳୟରେ ମୌଳିକ ଶିକ୍ଷା ସ୍ଥାନ ପାଇବା ବିଷୟରେ ଆଲୋଚନା ହୋଇଥିଲା ।  ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର, କବିତା ମିଶ୍ର, ଭବାନୀ ପ୍ରିୟଦର୍ଶିନୀ ମହାନ୍ତି, ଦୀପ୍ତି ନାୟକ, ଜ୍ୟୋତିର୍ମୟୀ ନାୟକ, ଅଧ୍ୟାପକ ଯୁଧିଷ୍ଠିର ଘଟୁଆରୀ, ପ୍ରଶାନ୍ତ ହୋତା, ସୁବାଷ ଚନ୍ଦ୍ର ସେଠୀ, ଦାଶରଥି ବଳବନ୍ତରାୟ ଓ ରମାକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।  ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵଚ୍ଛତା ଭାରତ ସଚେତନତା ନେଇ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପରିଶେଷରେ ଅଧ୍ୟାପକ ତ୍ରିନାଥ ପରିଡା ଧନ୍ୟ ବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.