ଗଣ୍ଡରପୁର କପ୍ ଫୁଟବଲ- ସେମିଫାଇନାଲକୁ ଗଲା କିଶୋରକ୍ଲବ

0 410

ଭୁବନେଶ୍ୱର,୨/୧୨- ସୋମବାରଦିନ ଥିଲା ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ର ଦିତୀୟ ଦିବସ । ୟୁନାଇଟେଡ୍ ୟୁଥ୍ ସ୍ପୋଟସ୍ କ୍ଲବ ର ତତ୍ୱାବଧାନରେ ଗଣ୍ଡରପୁର ଖେଳପଡିଆରେ ଚାଲିଥିବା ଦିତୀୟ ଦିବସର ଏହି ଟୁର୍ଣାମେଂଟକୁ ବାରଙ୍ଗଅଂଚଳର ଯୁବ ଶିଳ୍ପପତି ଅର୍ଜ୍ଜୁନମହାରଣା ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।
ଟୁର୍ଣାମେଂଟର ଦିତୀୟ ଦିବସର ଗ୍ରାମାଂଚଳର ପ୍ରଥମମ୍ୟାଚ୍ ରେ ଗୋଠପୁର୧-୦ଗୋଲରେ ବନଦୁର୍ଗାକ୍ଲବ ଗାଡକଣକୁ ହରାଇ ଥିବାବେଳେ ଦିତୀୟମ୍ୟାଚରେ ପ୍ରତାପକ୍ଲବ ପ୍ରତାପନଗରୀ ଦଳ୨-୦ଗୋଲରେ ଆଲାମଗିରି କ୍ଲବକୁ ପରାସ୍ତକରି କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା । ସହରାଂଚଳର ୨ୟକ୍ୱାଟରଫାଇନାଲମ୍ୟାଚ କିଶୋରକ୍ଲବ ଭୁବନେଶ୍ୱର୩-୧ଗୋଲରେ ସାଇହଷ୍ଟେଲ କଟକକୁ ପରାସ୍ତକରି ସେମିଫାଇନାଲକୁ ପ୍ରବେଶ କରିଥିଲା । ପ୍ରଥମମ୍ୟାଚରେ ଗୋଠପୁରର ଅଜିତରାଉତ,ଦିତୀୟମ୍ୟାଚରେ ପ୍ରତାପନଗରୀର ବବୁଲ କୁମାର,ତୃତୀୟମ୍ୟାଚରେ କିଶୋରକ୍ଲବର ପପୁ ଦାସ ମ୍ୟାନଅଫଦିମ୍ୟାଚ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମିହିରକୁମାରରାଉତ,ଟୁର୍ଣାମେଂଟର ଅଧକ୍ଷ ଅର୍ନ୍ତର୍ଯ୍ୟାମି କୁଅଁର ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.