ଘରୁ ଗାଡି କାଢିଲେ ହେବ ସିଜ୍

0 312

ଭୁବନେଶ୍ୱର,୨୪/୩(ଏସଏସନିୟୁଜ) ଘରୁ ଗାଡି କାଢିଲେ ସିଜ ହେବ । କୈାଣସି ବାହାନା କରି ଘରୁ ଗାଡି କାଢିଲେ ବରଦାସ୍ତ କରାଯିବନି । ସ୍ୱତନ୍ତ୍ର ଆଇନବଳରେ ଆବଶ୍ୟକ ହେଲେ ଗାଡି ସିଜ୍ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । କରୋନା କଟକଣା ନେଇ ଏହିଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ବେହେରା ।ଏହାସହ ରାଜ୍ୟସରକାର ଆଜି ୩୦ଟିଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । କରୋନା କବଳରୁ ରାଜ୍ୟବାସୀଙ୍କୁ ସୁରକ୍ଷାଦେବାପାଇଁ ରାଜ୍ୟସରକାର ଆଗୁଆ ପ୍ରତିକାରମୁଳକ ବ୍ୟବସ୍ଥା ଗ୍ରହଣ କରିଚାଲିଛନ୍ତି । ଆଜି ମୁଖ୍ୟ ଶାସନସଚିବ ଅସିତ୍‌ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାପାଳମାନଙ୍କର ବୈଠକ ହୋଇଥିଲା । ବୈଠକପରେ ରାଜ୍ୟର ୩୦ଟି ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା ରାଜ୍ୟସରକାର କରିଛନ୍ତି ବୋଲି କୋଭିଡି-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି ।ଆଜି ମଧ୍ୟରାତ୍ରରୁ ମାର୍ଚ୍ଚ୨୯ତାରିଖ ପର୍ଯ୍ୟନ୍ତ ସାରାଓଡିଶା ଲକ୍‌ଡାଉନ ରହିବ ବୋଲି ବାଗ୍‌ଚି କହିଛନ୍ତି ।

Leave A Reply

Your email address will not be published.