ଗୋରୁଗାଡି ଜବତ ୩ ଗିରଫ

0 244

ଡେଲାଙ୍ଗ୧୦/୭(ଏସ,ଏସ,ନିୟୁଜ) ଡେଲାଙ୍ଗ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଗୋରୁଗାଡି ଜବତ କରିବା ସହିତ ଟି୫ ଗାଇ ଓ ୪ବଳଦକୁ ଉଦ୍ଧାର କରିଛି । ଏହା ସହିତ ସଂମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଡେଲାଙ୍ଗ ଥାନା ଅଂଚଳରେ ବିଭିନ୍ନ ଗ୍ରାମ ସହିତ ରାସ୍ତା ଘାଟରେ ବୁଲୁଥିବା ଗୋରୁମାନଙ୍କୁ ଚୋରି ହେଉଥିବା ଖବର ପୋଲିସ ପାଖରେ ପହଂଚିଥିଲା । ପୋଲିସ ଏହି ଟିମକୁ ଧରିବା ପାଇଁ ପେଟ୍ରୋଲିଂ କଡାକଡି ଥିଲେ । ଗତ କାଲି ଡେଲାଙ୍ଗ ଥାନା ଏସ.ଆଇ ଉପେନ୍ଦ୍ର ନାଥ ଦାସ ସଦଳବଳେ ପେଟ୍ରୋଲିଂ କରିବା ସମୟରେ ଗୋରୁ ମାନଙ୍କୁ ଏକ ଚାରିଚକିଆ ଗାଡିରେ ଚୋରି କରି ନେଇଯାଉଥିବା ସମୟରେ ତରବୋଇ ଛକଠାରେ ପୋଲିସ ହାବୁଡରେ ପଡିଥିଲେ । ୯ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରି ଗୋସାଳାରେ ଛାଡିଦେଇଥିବା ବେଳେ ୯୧/୨୦ ମାମାଲା ରୁଜୁ କରିବା ସହିତ ଘଟଣାରେ ସମ୍ପୃକ୍ତ ୩ଜଣକୁ ଗିରଫ କରିଛି ଓ ଓଡି୧୩ସି୪୧ନଂ ପିକପ୍ ଗାଡିକୁ ଜବତ କରିଥିବାର ଜଣାପଡିଛି ।

Leave A Reply

Your email address will not be published.