ଗ୍ରାହକ ସାଜି ଜବତ କଲେ ବଜ୍ରକାପ୍ତା

0 241

ଜୟପୁର ,୧୬/୧(ଏସଏସନିୟୁଜ)ଜୟପୁର ଫରେଷ୍ଟଡିଭିଜନ ଓ ଭୁିଜୁିଲାନ୍ସ ର ମିଳିତ ଉଦ୍ୟମରେ ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବାବ୍ୟକ୍ତିଙ୍କଠାରୁ ଏକ ୧.୭କେଜି ଓଜନର ଜୀବନ୍ତ ବଜ୍ରକାପ୍ତା କୁ ଜବତ କରିଛନ୍ତି ।କୈାଣସି ସୁତ୍ରରୁ ଖବରପାଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏହି ଟିମ୍ । କ୍ରେତା ହୋଇ ଯାଇ ପହଁଚିଲେ ଜୟପୁର ଡିଭିଜନ ବୋରିଗୁମ଼ା ରେଞ କଥରଗଡା ସେକସନ ଦାଣ୍ଡବାଡି ଗ୍ରାମରେ । ସେଠାରେ ଗ୍ରାହକକୁ ଅପେକ୍ଷା କରିଥିବା ଚମ୍ପାପଦରଗ୍ରାମର ଦାମଗୈାଡ(୩୨)କୁ ଗିରଫ କରିବାସହ ତାଠାରୁ ବଜ୍ରକାପ୍ତାଟିକୁ ଜବତ କରିଥିଲେ । ଏହି ଟିମ ର ଅନ୍ୟ ସଦସ୍ୟମାନେ ପାଖାପାଖି ଜାଗାମାନଙ୍କରେ ଜଗି ରହିବାସହ ଗତିବିଧିକୁ ଲକ୍ଷ ରଖିଥିଲେ । ବୋରିଗୁମା ରେଞ ର ଦାୟିତ୍ୱରେ ଥିବା ଡିଆରଏଫଓ ଦିଲିପ ପଟ୍ଟନାୟକ, ଫରେଷ୍ଟର ଦେବେ୍‌ଦ୍ର ନାୟକ, ସଚିଦାନନ୍ଦ ପରିଡା,ଗଗନପଣ୍ଡା,ଜିତେନ୍ଦ୍ରପ୍ରଧାନ,ଗଗନପଣ୍ଡାଙ୍କ ସମେତ ଫରେଷ୍ଟଗାର୍ଡ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.