ହାଏ ଲେଖି ପଠାଇଲେ ମିଳିବ ତଥ୍ୟ।

0 450

ତାରିଖ ୨୩/୦୪/୨୦, ଗୁରୁବାର ,ଖବର ଆଜିର
୧-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ହେଲ୍ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ।
୨-ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର‌୍ୟ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । କିନ୍ତୁ ଆଗାମୀ ୭ ଦିନ ପର‌୍ୟ୍ୟନ୍ତ ତୀକ୍ଷ୍ଣ ନଜର ରଖିବ ଈଗଉ।
୩-ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ ରେଜିଷ୍ଟ୍ରେସନ୍ କର।
୪-ରାଜ୍ୟରେ କାଳବୈଶାଖୀ ଆଶଙ୍କା, ୧୦ ଜିଲ୍ଲାକୁ ଜାରି ହେଲା ୟୋଲୋଓ୍ଵାର୍ଣ୍ଣିଂ।
୫-ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା।
୬-ମୋତ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ: ଯେତେ କଟକଣା ହେଲେ ବି ମାନୁନାହାନ୍ତି ଅମାନିଆ; ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୪୦ ଜଣଙ୍କଠାରୁ ୮ ହଜାର ଟଙ୍କା ଆଦାୟ କଲା ପୁଲିସ୍।
୭-ବ୍ରହ୍ମପୁର:ନକଲି ମଦ ତିଆରି ଆଡ୍ଡା ଉପରେ ଚଢ଼ାଉ: ୪୭୪୦ ଲିଟର ଦେଶୀ ମଦ ସହ ବିଭିନ୍ନ ସାମଗ୍ରୀ ଜବତ।
୮-ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା, ବ୍ୟାପକ ଟ୍ରାଫିକ୍ କର୍ମଚାରୀ ମୁତୟନ।
୯-ଲକ୍ଡାଉନ୍ କୋହଳ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଶ୍ରମଜୀବି, ପଞ୍ଜିକରଣ ଲାଗି ସ୍ଵତନ୍ତ୍ର ପୋର୍ଟାଲ : ଆରମ୍ଭ ହେଲା ସରକାରଙ୍କ ହ୍ଵାଟ୍ସଆପ୍ ଇନ୍ଫୋ ଡେସ୍କ।
୧୦-ବନ୍ଧା ହେବେ ‘ଫୋନ୍-ପ୍ରେମିକ’: ୧୦୪କୁ ଫୋନ୍ କରି କହିଥିଲେ- ଆଇ ଲଭ୍ ୟୁ।
୧୧-ଭୁବନେଶ୍ବର:ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର; ବଢ଼ିବନି ବିଦ୍ୟୁତ୍ ଶୁଳ୍କ।
୧୨-ଭୁବନେଶ୍ବର:କରୋନା ପାଇଁ ରମଜାନରେ ସମୂହ ନମାଜ ପାଠ ମନା।
୧୩-ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ଯାଏ ଜେଲ, ମୋଟା ଅଙ୍କର ଜରିମାନା ମଧ୍ୟ ଗଣିବେ।
୧୪-ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଆଲୋଚନା।

Leave A Reply

Your email address will not be published.