ଆଇସ୍‌କ୍ରିମ୍ କାଠିରେ କୁନି ରଥ

0 343

ଖବର ଆଜି ସକାଳର,ତାରିଖ ୨୪/୦୯/୨୦ ଗୁରୁବାର ।

୧-ପ୍ରଥମ ମ୍ୟାଚରୁ ଫେଲ୍ ମାରିଲା କୋଲକାତା । ୪୯ ରନରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ।

୨-ଦେଢ଼ ଲକ୍ଷ ଦେହଜୀବୀଙ୍କୁ ସହାୟତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

୩-ଟାଇମ୍ ମାଗାଜିନ୍ ଜାରି କଲା ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା: ପ୍ରଧାନମନ୍ତ୍ରୀ ମୋଦି ଓ ଶାହିନ୍ ବାଗ୍‌ର ଦାଦୀଙ୍କ ନାଁ ସାମିଲ୍।

୪-ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନଙ୍କୁ ନୋଟିସ୍ । ୨୦୧୭ର ଭିଡିଓ ବଢ଼ାଇଲା ଅଡୁଆ । ଶ୍ରଦ୍ଧା, ସାରା, ରକୁଲପ୍ରୀତଙ୍କ ସମେତ ୭ ଜଣଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

୫-ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରୁଣ ରୟଙ୍କୁ ମିଳିଲା ନୂଆ ଦାୟିତ୍ୱ, ଢେଙ୍କାନାଳ ଏସପି ଥିବା ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସପି ଭାବେ ମିଳିଲା ଗୁରୁ ଦାୟିତ୍ୱ ।

୬-ବିବାଦୀୟ କୃଷି ବିଲ୍ ଫେରସ୍ତ ହେବା ଉଚିତ: ରା‌ଷ୍ଟ୍ରପତିଙ୍କୁ ଭେଟି ଏପରି କହିଲେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ।

୭-ଆର୍ଥିକ ଗତିରୋଧ ବିନା କରୋନା ମୁକାବିଲା ଲାଗି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ।

୮-ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟି ପିଛା ୨୦ ପଇସା ବୃଦ୍ଧି ପାଇବ।

୯-ଖୁବ୍ ଶୀଘ୍ର ଆସିବ ଦ୍ଵିତୀୟ କରୋନା ଟୀକା, ଘୋଷଣା କଲେ ରୁଷ ରାଷ୍ଟ୍ରପତି ପୁତିନ।

୧୦-ଗୁରୁବାର ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

୧୧-କୋଭିଡ୧୯ ସଂକ୍ରାମଣ ଯୋଗୁଁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ହୋଇଗଲା ସଂସଦର ଉଭୟ ଗୃହ।

୧୨-ଶତ ପ୍ରତିଶତ କାମ ଦେବ ନାହିଁ କରୋନା ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୟାନ ପରେ ବଢ଼ିଲା ଦ୍ୱନ୍ଦ୍ୱ । ଏପଟେ ଆଇସିଏମ୍ଆର କହିଲା, ୫୦ ପ୍ରତିଶତରୁ ଅଧିକ କାମ ଦେଲେ ଟିକା ବ୍ୟବହାର ପାଇଁ ମିଳିବ ଅନୁମତି।

୧୩-ଓଡିଆଙ୍କ ଅସ୍ମିତା ପ୍ରତି ଅସମ୍ମାନ : ଓଡିଆ ଟାଇଟେଲ ପାଇଁ ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟିଲା ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’; ଚିଠି ଲେଖି କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା

୧୪-ଶ୍ରୀମନ୍ଦିରର ୩ଟି ଦ୍ୱାରକୁ ରୂପା ଛାଉଣୀ କରିବା ପ୍ରକ୍ରିୟା ଆରମ୍ଭ । ଦ୍ୱାର ଗୁଡିକର ସ୍ଥିତି ଅନୁଧ୍ୟାନ କଲେ ମୁମ୍ବାଇର ୫ ଜଣିଆ ବିଶେଷଜ୍ଞ ଦଳ । ଶ୍ରୀମନ୍ଦିରରେ ପଶି ଦ୍ୱାରର ମାପଚୁପ କଲେ ମୁମ୍ବାଇ ଟିମ୍।

୧୫-ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ ବିନୋଦ ବିହାରୀ ମହତୋଙ୍କ ଜୟନ୍ତୀ ଅବସରରେ ମ୍ୟାଟ୍ରିକ ଓ ଯୁକ୍ତ ୨ର ରାଜ୍ୟ ଟପ୍ପରଙ୍କୁ ଉପହାରରେ ଓଲ୍ଟୋ କାର ଦେଇଛନ୍ତି।

୧୬-ଆଇସ୍‌କ୍ରିମ୍ କାଠିରେ କୁନି ରଥ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ପୁରୀ ଛାତ୍ର।

୧୭-ଆଉ ନିର୍ବାଚନ ଲଢିବେନି ରବୀନ୍ଦ୍ର ଜେନା । ବାଲେଶ୍ୱର ସଦର ଉପନିର୍ବାଚନ ପ୍ରାର୍ଥୀ ରେସରେ ନାହାନ୍ତି ଜିଲ୍ଲା ବିଜେଡି ସଭାପତି : BJD ପଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକ ପରେ ରଖିଲେ ମତ

୧୮-ଭାରତୀୟ ବାୟୁସେନାର ରାଫେଲ ସ୍କ୍ବାଡ୍ରନର ପ୍ରଥମ ମହିଳା ପାଇଲଟ ହେଲେ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଶିବାଙ୍ଗୀ ସିଂହ।

୧୯-ପୂର୍ବତଟ ରେଳପଥ ପକ୍ଷରୁ ବ୍ୟବସାୟ ବିକାଶ ମାଧ୍ୟମରେ ୨୨୬ ଟି ଟ୍ରେନରେ ପଣ୍ୟ ପରିବହନ କରାଯାଇପାରିଛି।

୨୦-ଭାରତରେ ଆରମ୍ଭ ହେଲା ଆପଲ୍ ଅନଲାଇନ ଷ୍ଟୋର୍।

୨୧-ବାହାଘରର ୧୨ ଦିନ ପରେ ସ୍ୱାମୀ ଉପରେ ମାରପିଟ୍ ଆରୋପ ଲଗାଇଲେ ଅଭିନେତ୍ରୀ ପୁନମ ପାଣ୍ଡେ, ହନିମୁନ୍‌ରୁ ସ୍ୱାମୀ ଗିରଫ।

 

Leave A Reply

Your email address will not be published.