ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଅଧାୟ

0 243

ସଂକ୍ଷେପରେ ଆଜି ଦିନସାରାର ଖବର , ତାରିଖ : ୦୫/୦୮/୨୦୨୦ (ବୁଧବାର)
ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଅଧାୟ: ଭବ୍ୟ ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ; ଶିଳାନ୍ୟାସ ପରେ କହିଲେ, ରାଷ୍ଟ୍ରିୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର, ପୂରଣ ହେଲା ୫ସହ ବର୍ଷର ସ୍ୱପ୍ନ ।
ଭୂମି ପୂଜନ ଶେଷ ପରେ ରାମଲଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ମୋଦି ।
ରାମଲାଲାଙ୍କୁ ଦର୍ଶନ କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ ।
ମୁଁ ଶପଥ କରୁଛିଟ୍ଟମୁଁ ଜଣେ ଓଡିଆ ଭାବେ ଶପଥ କରୁଛି ଯେଟ୍ଟ ନିଜେ ଜିତିବି, ମୋ ଓଡିଶା ଜିତିବ । ଆଜି ସନ୍ଧ୍ୟା ୬ଟା ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ସାରା ଓଡିଶାବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ।
➡ଆସୁଛି ଆଉ ଏକ ଲଘୁଚାପ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।
➡ଗୋଟିଏ ମିନିଟ ପାଇଁ ନିରବୀ ଗଲା ଓଡିଶା, ନବୀନଙ୍କ ଆହ୍ବାନ କ୍ରମେ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ସମ୍ମାନ ।
➡ଆଜି ରାଜ୍ୟର ୧୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ।ଏହାଫଳରେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୫,୭୩୭ରେ ପହଞ୍ଚିଛି।
➡ମୋବାଇଲ ଅଛି, ନେଟଓ୍ୱାର୍କ ନାହିଁ – ଅନଲାଇନ ପାଠ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ । ରାୟଗଡା ଏଭଳି ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ।
➡ଦାୟିତ୍ଵ ଗ୍ରହଣ କଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ସନତ କୁମାର ମହାନ୍ତି ।
➡ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜିଠୁ ଆରମ୍ଭ ହୋଇଛି : ସମୀର ମହାନ୍ତି ।
➡ବ୍ରହ୍ମପୁର ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।
➡ଆଇବିପିଏସ୍‌ରେ ୧୧୫୭ଟି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।
➡ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ ।
➡ପୂର୍ବତନ ଡିଜିପି ଏସ୍‌.ଏନ୍‌. ତିଓ୍ବାରୀଙ୍କ ପରଲୋକ,ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।
➡ଆଜିର ଦିନ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବ, କହିଲେ ରାମାୟଣର ‘ରାମ’ ।
➡ସାଧାରଣ ଲୋକଙ୍କୁ ରାଉରକେଲା ମହାନଗର ନିଗମ ଅଫିସ ମନା । ଜଗଉ କମିଶନରଙ୍କ ଏହି ସୂଚନା।
➡ଏଣିକି ଜଗତସିଂପୁରରେ ସକାଳ ୭ଟାରୁ ୪ ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ।
➡କେନ୍ଦ୍ର ସରକାରଙ୍କ ବଡ ଘୋଷଣା,ଅଣସଂଗଠିତ କ୍ଷେତ୍ର ପାଇଁ ୩ ଟି ପେନସନ ଯୋଜନାର ଆରମ୍ଭ ।କେନ୍ଦ୍ର ସରକାରଙ୍କ ଏହି ଜନ କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ୬୦ ବର୍ଷ ବୟସ ପୁରିବା କ୍ଷଣି ମାସିକ ୩୦୦୦ ଟଙ୍କା ପେନସନ ବାବଦକୁ ଦିଆଯିବ ।
➡Xiaomi  ଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ ସରକାର ।
➡ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କହିଛନ୍ତି।
➡ସିବିଆଇକୁ ହସ୍ତାନ୍ତର ହେଲା ସୁଶାନ୍ତଙ୍କ ମାମଲା, ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କରିଛି କେନ୍ଦ୍ର ।
➡କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମଧ୍ୟପ୍ରଦେଶ ସିଏମ ଶିବରାଜ ସିଂ ଚୌହାନ
➡ଉହାନ ସହରର କରୋନା ସୁସ୍ଥ ୯୦% ଏବେ ଫୁସଫୁସଜନିତ ରୋଗର ଶିକାର ।
➡Microsoft-tiktok deal: ଟ୍ରମ୍ପ କହିଲେ କିଣାବିକାରେ ରହିବ ଆମେରିକାର ଗୋଟିଏ ଅଂଶ ।
➡ବେରୁଟ୍ ବିସ୍ଫୋରଣରେ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିଲା :ଅଢେଇ ଲକ୍ଷ ଲୋକ ବାସହୀନ ହୋଇଥିବା ଆଶଙ୍କା, ଲେବାନନରେ ଜରୁରୀ ପରିସ୍ଥିତି ଜାରି। ଲେବାନନ୍ ପ୍ରଧାନମନ୍ତ୍ରୀ ଦେଲେ ସୂଚନା ।
➡ନିଜ ସର୍ଭିସ୍ ରିଭଲଭରରୁ ଗୁଳିଚଳାଇ ବିଏସ୍‌ଏଫ୍ ଯବାନଙ୍କ ଆତ୍ମହତ୍ୟା ।ମୃତ ଯବାନ ହେଉଛନ୍ତି ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପର ଯବାନ ଶେଷ କର୍ଣ୍ଣ ।
➡ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି , ଆଉ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହି ନାହିଁ।

Leave A Reply

Your email address will not be published.