ଗ୍ରାମ୍ୟଉନ୍ନୟନ ବିଭାଗର ନିଷ୍ପତିକୁ ନେଇ ଆରମ୍ଭ ହେଲା ଜନଅସନ୍ତୋଷ

0 830

ବାରଙ୍ଗ,୪/୧୨(ଏସ୍‌ଏସ୍‌ନିୟୁଜ)କାହିଁକି ନୀରବ ବସିଛି ଗ୍ରାମ୍ୟଉନ୍ନୟନ ବିଭାଗ । କାହା ଚାପରେ ଦୀଗହରା ହୋଇ ବ୍ରୁଜନିର୍ମାଣର ସ୍ଥାନ ନିରୁପଣରେ ପାତରଅନ୍ତର କରୁଛି । ନା ନିଜ ପକେଟ ଗରମ ପାଇଁ ଜଣେ ବିଲ୍ଡର ପାଖରେ ସାମୁହିକ ସ୍ୱାର୍ଥକୁ ଜଳାଞଳି ଦେଇଛିକି ? ଏହି କଥା ଆମେ କହୁନାହୁଁ, କେନ୍ଦୁପାଟଣା କଲେଜଛକର ଚତୁପାଶ୍ୱର୍ରେ ଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ଏହିଭଳି ପ୍ରଶ୍ନ ଉଙ୍କି ମାରିଛି ଏବଂ ଏହାକୁ ନେଇ ପ୍ରବଳ ଜନଅସନ୍ତୋଷ ମଧ୍ୟ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି ।
ଖବରରୁ ଜଣାପଡିଛି କେନ୍ଦୁପାଟଣା କଲେଜଛକରେ ଦୟାକେନାଲ ଉପରେ ବହୁ ପୁରାତନ ବ୍ରିଜଟି ରୁଗ୍‌ଣ ଅବସ୍ଥାରେ ରହିଅଛି ।ଏହି ବ୍ରିଜର ପୁନଃଉଦ୍ଧାର ପାଇଁ ଅଂଚଳବାସୀଙ୍କ ତରଫରୁ ସେସମୟର ବିଧାୟକ ପ୍ରିୟଦର୍ଶୀମିଶ୍ରଙ୍କ ପାଖରେ ଦାବୀ କରାଯାଇଥିଲା ।ବିଜୁସେତୁ ଯୋଜନାରେ ଅର୍ଥବରାଦ ବିଧାୟକ କରିଥିଲେ ମଧ୍ୟ କେନାଲରେ ପାଣି ଆସି ଯାଇ ଥିବାରୁ କାମ ଆଗେଇପାରିନଥିଲା ।ଗ୍ରାମ୍ୟଉନ୍ନୟନ ବିଭାଗ ର ଅଧିକାରୀମାନେ ଆସି ରୁଗ୍‌ଣ ଅବସ୍ଥାରେ ଥିବା ବ୍ରିଜ ପାଖରୁ ମୃତିକା ପରୀକ୍ଷା ସହ ଅନ୍ୟାନ୍ୟ ଆନୁସଙ୍ଗକି ପରୀକ୍ଷା କରିଫେରିଥିଲେ ।ଏହି କାର୍ଯ୍ୟ ନିମନ୍ତେ କୋଭିଡ ପୁର୍ବରୁ ଭୁବନେଶ୍ୱର ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଦେଢକୋଟିରୁ ଉର୍ଦ୍ଧଟଙ୍କାର ବ୍ୟୟବରାଦରେ ଟେଣ୍ଡର ଡକାଯାଇଥିଲା ।କିନ୍ତୁ କାର୍ଯ୍ୟ ଆରମ୍ଭ ପୁର୍ବରୁ ବିଭାଗର ଏସଡିଓ ଓ ଜେଇ ଆସି ସ୍ଥାନନିରୁପଣ ପରିବର୍ତନ ସହ ପରୀକ୍ଷା କରାଯାଇଥିବା ସ୍ଥାନଠାରୁ ୫ଶହ ମିଟର ଦୁରରେ ବ୍ରିଜ୍ କରିବା ପାଇଁ ମସୁଧା ଆରମ୍ଭ କରିଛନ୍ତି । ଗ୍ରାମ୍ୟଉନ୍ନୟନ ବିଭାଗର ବଡବାବୁମାନଙ୍କର ଏହି ନିଷ୍ପତିକୁ ନେଇ ଲୋକମାନଙ୍କ ମଧ୍ୟରେ ଟୁପୁପୁଟାପର ଆରମ୍ଭ ହୋଇଯାଇଛି ।ବଡବାବୁମାନେ ସ୍ଥାନପରିବର୍ତନ କରି ଯେଉଁଠାରେ ବ୍ରିଜ କରିବାପାଇଁ ଚିନ୍ତା ପ୍ରକଟ କରିଛନ୍ତି ,ସେଠାରେ ଏକ ଘରୋଇସ୍କୁଲ ସହ ଜଣେ ବିଲ୍ଡରଙ୍କର ପ୍ରୋଜେକ୍ଟ ଚାଲିଛି ।ତେବେ କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଡବାବୁମାନେ ଏହିଭଳି ନିଷ୍ପତି ନେଇଛନ୍ତି ,ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ନିଷ୍ପତି ନିଆଯାଇଥିବା ଜାଗାରେ ବିଜୁସେତୁଟିକୁ କରାଗଲେ ମୁଖ୍ୟରାସ୍ତାକୁ ସଂଯୋଗ ନିମନ୍ତେ ଆଉ ଏକ ରାସ୍ତା ନିର୍ମାଣ କରିବାକୁ ପଡିବ ।ଚାରିଛକକୁ ସଂଯୋଗ କରୁଥିବା ଏହି ବ୍ରିଜର ସ୍ଥାନାନ୍ତର ପଛରେ ଅଂଚଳର କୁଜି ନେତା ମାନଙ୍କ ର ପ୍ରଛଦ ହାତ ରହିଥିବାର ଶୁଣିବାକୁ ମିଳୁଛି ।ଯାହାକୁ ନେଇ ଅଂଚଳରେ ଜନଅସନ୍ତୋଷ ବୃଦ୍ଧିପାଇବାରେ ଲାଗିବା ସହ ଗ୍ରାମ୍ୟଉନ୍ନୟନ ବିଭାଗର ବଡବାବୁମାନଙ୍କର ଏହି ନିଷ୍ପତିକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଯୋର ଧରିଥିବାର ଜଣାପଡିଛି ।

Leave A Reply

Your email address will not be published.